ଓଡିଶା

odisha

ETV Bharat / state

ସେତୁ ନିର୍ମାଣରେ ଏକ୍ସପାରୀ ସାମଗ୍ରୀର ବ୍ୟବହାର, ତଦନ୍ତ ନେଇ ବୁଦ୍ଧିଜୀବୀଙ୍କ ଦାବି - Contractor's mindset

ଠିକାସଂସ୍ଥାର ମନୋମୁଖି କାର୍ଯ୍ୟ । ସେତୁ ନିର୍ମାଣ କାର୍ଯ୍ୟରେ ଏକ୍ସପାରୀ ସାମଗ୍ରୀର ବ୍ୟବହାର । ନିମ୍ନମାନର କାର୍ଯ୍ୟକୁ ନେଇ ସାଧାରଣରେ ବୁଦ୍ଧିଜୀବୀଙ୍କ ଅଭିଯୋଗ । ଅଧିକ ପଢନ୍ତୁ...

ସେତୁ ନିର୍ମାଣରେ ଏକ୍ସପାରୀ ସାମଗ୍ରୀର ବ୍ୟବହାର,  ତଦନ୍ତ ନେଇ ବୁଦ୍ଧିଜୀବୀଙ୍କ ଦାବି
ସେତୁ ନିର୍ମାଣରେ ଏକ୍ସପାରୀ ସାମଗ୍ରୀର ବ୍ୟବହାର, ତଦନ୍ତ ନେଇ ବୁଦ୍ଧିଜୀବୀଙ୍କ ଦାବି

By

Published : May 24, 2021, 4:05 PM IST

ବୌଦ୍ଧ: ସେତୁ ନିର୍ମାଣ କାର୍ଯ୍ୟରେ ଏକ୍ସପାରୀ ସାମଗ୍ରୀର ବ୍ୟବହାର ନେଇ ଅଭିଯୋଗ । ବୌଦ୍ଧ ଜିଲ୍ଲାର ଧଳପୁର ଠାରେ ମହାନଦୀ ଉପରେ ନିର୍ମାଣ ହେଉଥିବା ସେତୁ ଅବଧି ଦୁଇ ଦୁଇ ଥର ସରିସାରିଲାଣି । କିନ୍ତୁ ଠିକାସଂସ୍ଥାର ମନୋମୁଖି କାର୍ଯ୍ୟ ଯୋଗୁଁ ଏହି ସେତୁ ସମ୍ପୂର୍ଣ୍ଣ ହେବାର ନାଁ ଧରୁନାହିଁ । ସେପଟେ ଗତ ଦୁଇ ମାସ ପୂର୍ବରୁ ସୁରକ୍ଷା ଅଭାବରୁ ତିନି ଜଣ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ପୁଣି ଆସିଛି ଆଉ ଏକ ସାଙ୍ଘାତିକ ଅଭିଯୋଗ ।

ସେତୁ ନିର୍ମାଣରେ ଏକ୍ସପାରୀ ସାମଗ୍ରୀର ବ୍ୟବହାର, ତଦନ୍ତ ନେଇ ବୁଦ୍ଧିଜୀବୀଙ୍କ ଦାବି

ସେତୁ ନିର୍ମାଣ କାର୍ଯ୍ୟରେ ଲକଡାଉନ କଟକଣା ଜାରି ରହିଥିବାରୁ ଏଠାରେ ଏକ୍ସପାରୀ ସିମେଣ୍ଟ ଓ ଅନ୍ୟ ସାମଗ୍ରୀ ପିଲର ଓ ବିମରେ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି । ସେହିପରି ବୌଦ୍ଧ ଠାରେ ମର୍ଜାକୁଦକୁ ସଂଯୋଗ ପାଇଁ ନିର୍ମାଣ ହେଉଥିବା ସେତୁ କାର୍ଯ୍ୟ ମଧ୍ୟ ନିମ୍ନ ମାନର ହେଉଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି ।

ବିଗତ କିଛି ମାସ ତଳେ ଏଠାରେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଏକ ସ୍ଲାବ ସମ୍ପୂର୍ଣ୍ଣ ଭୁଷୁଡି ପଡିଥିଲା । ତେବେ ସେତୁ ଭଳି ଏକ ପ୍ରକଳ୍ପରେ ନିମ୍ନମାନର କାର୍ଯ୍ୟକୁ ନେଇ ସାଧାରଣରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details