ଓଡିଶା

odisha

ETV Bharat / state

ବିଦ୍ୟୁତ କର୍ମଚାରୀ 'ସୁରଥ ରଣା'ଙ୍କ ଅସହାୟତାର କରୁଣ କାହାଣୀ

ଅସହାୟ ଅବସ୍ଥାରେ ବିଦ୍ୟୁତ କର୍ମଚାରୀ ସୁରଥ ରଣା । ବିଦ୍ୟୁତ ବିଭାଗରେ ପ୍ରାୟ ପନ୍ଦର ବର୍ଷରୁ ଉର୍ଦ୍ଧ୍ବ କାର୍ଯ୍ୟ କଲେ । ହେଲେ ଟଙ୍କାଟିଏ ପାଉଣା ପାଇଲେନି । ଏପରିକି ବିଦ୍ୟୁତ ଆଘାତରେ ସେ ଗୁରୁତର ଆହତ ହୋଇଥିଲେ ମଧ୍ୟ ତାଙ୍କୁ କୌଣସି ସହାୟତା କରାନଯାଇ ଓଲଟା ଛଟେଇ କରିଦିଆଗଲା ।

ଅସହାୟ ଅବସ୍ଥାରେ ବିଦ୍ୟୁତ କର୍ମଚାରୀ  ସୁରଥ ରଣା
ଅସହାୟ ଅବସ୍ଥାରେ ବିଦ୍ୟୁତ କର୍ମଚାରୀ ସୁରଥ ରଣା

By

Published : Aug 7, 2020, 10:21 AM IST

Updated : Aug 7, 2020, 12:21 PM IST

ବୌଦ୍ଧ: ବିଦ୍ୟୁତ ବିଭାଗରେ ପ୍ରାୟ ପନ୍ଦର ବର୍ଷରୁ ଉର୍ଦ୍ଧ୍ବ କାର୍ଯ୍ୟ କଲେ । ହେଲେ ଟଙ୍କାଟିଏ ପାଉଣା ପାଇଲେନି । ଏପରିକି ବିଦ୍ୟୁତ ଆଘାତରେ ସେ ଗୁରୁତର ଆହତ ହୋଇଥିଲେ ମଧ୍ୟ ତାଙ୍କୁ କୌଣସି ସହାୟତା କରାନଯାଇ ଓଲଟା ଛଟେଇ କରିଦିଆଗଲା । ଫଳରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ସେ ପରିବାର ପ୍ରତିପୋଷଣ କରୁଛନ୍ତି ।

ବିଦ୍ୟୁତ କର୍ମଚାରୀ 'ସୁରଥ ରଣା'ଙ୍କ ଅସହାୟତାର କରୁଣ କାହାଣୀ
ବିଦ୍ୟୁତ କର୍ମଚାରୀ 'ସୁରଥ ରଣା'ଙ୍କ ଅସହାୟତାର କରୁଣ କାହାଣୀ

ଅସହାୟ ଅବସ୍ଥାରେ ବିଦ୍ୟୁତ କର୍ମଚାରୀ । ୨୦୦୧ ମସିହାରୁ ବୌଦ୍ଧ ଜିଲ୍ଲା ମନମୁଣ୍ଡା ବିଦ୍ୟୁତ ସେକ୍ସନ ଅଧିନରେ କାର୍ଯ୍ୟ କରୁଥିବା ଖଲିଆପାଲିର ସୁରଥ ରଣା ୨୦୦୯ରେ ନିଯୁକ୍ତି ପାଇଥିଲେ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ତାଙ୍କୁ କାର୍ଯ୍ୟ ବାବଦରେ କୌଣସି ପ୍ରାପ୍ୟ ଦିଆଯାଇ ନଥିବା ସେ ଅଭିଯୋଗ କରିଛନ୍ତି । ତେବେ ଦୁଃଖ ସେତେବେଳେ ଆହୁରି ବଢିଗଲା ଯେତେବେଳେ ସେ କାର୍ଯ୍ୟ କରୁଥିବା ସମୟରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କ ଶରୀରର ଅନେକ ଅଂଶ ପୋଡିଗଲା ।

ବିଦ୍ୟୁତ କର୍ମଚାରୀ 'ସୁରଥ ରଣା'ଙ୍କ ଅସହାୟତାର କରୁଣ କାହାଣୀ

ତେବେ ସୌଭାଗ୍ୟବଶତଃ ବଞ୍ଚିଗଲେ ସିନା ହେଲେ ଏବେ ଦିବ୍ୟାଙ୍ଗ । ବିଭାଗ ପକ୍ଷରୁ ତାଙ୍କୁ କୌଣସି ସହାୟତା କରାନଯାଇ ଓଲଟା ଚାକିରୀରୁ ଛଟେଇ କରାଗଲା । ଫଳରେ ଏବେ ସୁରଥ ମାଗିଯାଚି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି । ସୁରଥଙ୍କ ଏଭଳି ଅସହାୟତା ଏବେ ସମସ୍ତଙ୍କୁ ଦୁଃଖିତ କରିବା ସହ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Aug 7, 2020, 12:21 PM IST

ABOUT THE AUTHOR

...view details