ଓଡିଶା

odisha

By

Published : Jul 25, 2020, 10:18 PM IST

ETV Bharat / state

ଅସହାୟ ବୃଦ୍ଧଙ୍କ କରୁଣ କାହାଣୀ, ଗାଈ ଗୁହାଳେ ବିତୁଛି ଜୀବନ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ନାରାୟଣପ୍ରସାଦ ଗାଁର ଗିରିଧାରୀ ନାଗ । ବୟସ 90ରୁ ଅଧିକ ହେବ । ଆଉ ଏହି ପରିଣତ ବୟସରେ ତାଙ୍କ ଜୀବନ ବିତୁଛି ଗାଈ ଗୁହାଳେ । କାରଣ ସରକାରଙ୍କ ପକ୍ଷରୁ ତାଙ୍କୁ ମିଳିଥିବା ପ୍ରଧାନମନ୍ତ୍ରୀ ଆବାସ ଗୃହ କେଉଁଠି ହଜିଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

The tragic story of the helpless old man, life is spending in a cow cave
ଅସହାୟ ବୃଦ୍ଧଙ୍କ କରୁଣ କାହାଣୀ, ଗାଈ ଗୁହାଳେ ବିତୁଛି ଜୀବନ

ବୌଦ୍ଧ: ଗରିବ ଅସହାୟଙ୍କ ପାଇଁ ସରକାର ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି । କିନ୍ତୁ ଏହି ଯୋଜନା କେବଳ କାଗଜ କଲମ ମଧ୍ୟରେ ସୀମିତ ରହିଯାଇଛି । କିନ୍ତୁ ଏମିତି କିଛି ସରକାରୀ ଯୋଜନା ଅଛି ଯାହା ମିଳିକି ବି ହିତାଧିକାରୀଙ୍କୁ ସଠିକ୍ ଭାବେ ମିଳିପାରୁନି । ଏମିତି କିଛି ଘଟିଛି ବୃଦ୍ଧ ଗିରିଧାରୀ ନାଗଙ୍କ କ୍ଷେତ୍ରରେ ।

ଅସହାୟ ବୃଦ୍ଧଙ୍କ କରୁଣ କାହାଣୀ, ଗାଈ ଗୁହାଳେ ବିତୁଛି ଜୀବନ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ନାରାୟଣପ୍ରସାଦ ଗାଁର ଗିରିଧାରୀ ନାଗ । ବୟସ 90ରୁ ଅଧିକ ହେବ । ପରିବାର କହିଲେ ସେ ଏକୁଟିଆ ମଣିଷକୁ ବୁଝାଏ । ଗିରିଧାରୀଙ୍କ ପତ୍ନୀଙ୍କ ବିୟୋଗ ପରେ ସେ ସମ୍ପୂର୍ଣ୍ଣ ଭାବେ ଏକା ହୋଇଛନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା ଯେ, ଏଯାବତ୍ ସେ ଛାତ ଘରଟିଏ ବି ଦେଖିବାର ସୌଭାଗ୍ୟ ପାଇନାହାନ୍ତି । ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଏକ ଗୁହାଳ ଘରେ ଗାଈ ସହ ରହୁଛନ୍ତି । ତାଙ୍କ ଦୟନୀୟ ଅବସ୍ଥା ଦେଖି ସରକାର ତାଙ୍କୁ ଏକ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗାଇ ଦେଇଥିଲେ । କିନ୍ତୁ ସରକାରଙ୍କ ପକ୍ଷରୁ ତାଙ୍କୁ ମିଳିଥିବା ପ୍ରଧାନମନ୍ତ୍ରୀ ଆବାସ ଗୃହ କେଉଁଠି ହଜିଯାଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ସେ ଅନେକ ଥର ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଏହାର ତଦନ୍ତ କରି ବୃଦ୍ଧଙ୍କୁ ଆବାସ ଗୃହ ଯୋଗାଇ ଦେବାକୁ ଦାବି କରିଛନ୍ତି ।

ଅସହାୟ ବୃଦ୍ଧଙ୍କ କରୁଣ କାହାଣୀ, ଗାଈ ଗୁହାଳେ ବିତୁଛି ଜୀବନ

ତେବେ କୂଅ ଚୋରି, ପାଇଖାନା ଚୋରି, ବନ୍ଧ ଚୋରି ପରେ ଏବେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ଚୋରି ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details