ବୌଦ୍ଧ: ବୌଦ୍ଧରେ ଉଦଘାଟିତ ହେଲା ରାଜ୍ୟର ପ୍ରଥମ କୋଭିଡ ପରବର୍ତ୍ତୀ ପରାମର୍ଶ ଓ ଚିକିତ୍ସା କେନ୍ଦ୍ର । ଏହାକୁ ଉଦ୍ଘାଟନ କରିଛନ୍ତି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର । ଏହା ଫଳରେ ଜିଲ୍ଲାରେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତ ମାନେ ପରାମର୍ଶ ଓ ଚିକିତ୍ସା ପାଇ ପାରିବେ । ଏଠାରେ ରୋଗୀଙ୍କ ପାଇଁ ସମ୍ପୁର୍ଣ୍ଣ ଦେୟମୁକ୍ତ ସେବା ମିଳିବାର ବ୍ୟବସ୍ଥା କରାଯାଇଛି ।
ବୌଦ୍ଧ ଜିଲ୍ଲାରେ ବର୍ତ୍ତମାନ ସମୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଟ ପରିମାଣରେ ହ୍ରାସ ପାଉଛି । କିଛିଦିନ ପୂର୍ବରୁ କୋଭିଡ ହେଲଥ କେୟାର ବନ୍ଦ ହୋଇସାରି ଥିବା ବେଳେ ଆଜି କୋଭିଡ ହେଲଥ ସେଣ୍ଟର ପରିସରରେ ରାଜ୍ୟର ପ୍ରଥମ କରୋନା ପରବର୍ତ୍ତୀ ପରାମର୍ଶ ଓ ଚିକିତ୍ସା କେନ୍ଦ୍ର ଭାବେ ଉଦଘାଟିତ ହୋଇଛି ।