ବୌଦ୍ଧ: ଶ୍ରୀଜଗନ୍ନାଥ ମନ୍ଦିର ବାହାରକୁ ବାହାରିଲେନି ବଡ ଠାକୁର କିମ୍ବା ଗଡିଲାନି ରଥଚକ । ଫଳରେ ହଜାର ହଜାର ଶ୍ରଦ୍ଧାଳୁ ମନ୍ଦିର ବାହାରେ ଠାକୁରଙ୍କୁ ଗୁହାରି ଜଣାଇ ମନଦୁଃଖରେ ଫେରିଲେ । ବୌଦ୍ଧ ଜିଲ୍ଲାର ବିଭିନ୍ନ ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି (ସୋମବାର) ପବିତ୍ର ରଥଯାତ୍ରା ଉତ୍ସବକୁ ବାତିଲ କରାଯାଇ କେବଳ ଠାକୁରଙ୍କ ନୀତି କାନ୍ତି ସମ୍ପନ୍ନ ହୋଇଥିଲା । ଜିଲ୍ଲାର ବିଭିନ୍ନ ସହର ସମେତ ସାହାଜପାଲ, ବାଉଁଶୁଣୀ, ମନମୁଣ୍ଡା, କଣ୍ଟାମାଳ, ଚାରିଛକ, ଘଣ୍ଟାପଡା, ହରଭଙ୍ଗା ଭଳି ବିଭିନ୍ନ ସ୍ଥାନରେ ନିର୍ଦ୍ଦିଷ୍ଟ ସେବାୟତଙ୍କୁ ନେଇ ଚତୁର୍ଦ୍ଧା ବିଗ୍ରହଙ୍କ ନବ ଦିନାତ୍ମକ ପର୍ବ ନିରାଡମ୍ବର ଭାବରେ ପାଳନ କରାଯାଇଥିଲା ।
କୋଭିଡ କଟକଣା ମଧ୍ୟରେ ବୌଦ୍ଧରେ ପାଳିତ ହେଲା ଶ୍ରୀଗୁଣ୍ଡିଚା ଯାତ୍ରା - Mausima Temple
କୋଭିଡ କଟକଣା ଯୋଗୁଁ ଚଳିତ ବର୍ଷ ବିନା ଭକ୍ତରେ ପୋଲିସ ପ୍ରଶାସନ ଦ୍ବାରା ପାଳନ ହେଲା ରଥଯାତ୍ରା । ଅଧିକ ପଢନ୍ତୁ...
କୋଭିଡ କଟକଣା ମଧ୍ୟରେ ବୌଦ୍ଧରେ ପାଳିତ ହେଲା ଶ୍ରୀଗୁଣ୍ଡିଚା ଯାତ୍ରା
କୋଭିଡ କଟକଣା ମଧ୍ୟରେ ବୌଦ୍ଧରେ ପାଳିତ ହେଲା ଶ୍ରୀଗୁଣ୍ଡିଚା ଯାତ୍ରା
ବୌଦ୍ଧ ସହରର ଐତିହାସିକ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ସିମୀତ ସେବାୟତଙ୍କୁ ନେଇ ମନ୍ଦିର ପରିକ୍ରମା ପରେ ଅସ୍ଥାୟୀ ମାଉସୀମା ଗୃହରେ ଆସ୍ଥାନ କରାଯାଇଥିଲା । ଉପଜିଲ୍ଲାପାଳ ଅଶ୍ବିନୀ କୁମାର ମେହେର ଓ ପୋଲିସ ଉପସ୍ଥିତିରେ ସେବାୟତମାନେ ଠାକୁରଙ୍କ ନୀତି କାନ୍ତି ପାଳନ କରିଥିଲେ । ମନ୍ଦିର ବାହାରେ ରହି ଶହ ଶହ ଶ୍ରଦ୍ଧାଳୁ ଠାକୁରଙ୍କ ଦର୍ଶନ କରି ନ ପାରି ମନଦୁଃଖରେ ଘରକୁ ଫେରିଯାଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ