ବୌଦ୍ଧ: ଜିଲ୍ଲାରେ ଆଜି ଠାରୁ ଆରମ୍ଭ ହୋଇଛି ଚଳିତବର୍ଷର ଧାନକିଣା ପ୍ରକ୍ରିୟା । ଜିଲ୍ଲାପାଳ ଏହାର ଶୁଭାରମ୍ଭ କରି ଚାଷୀଙ୍କୁ ଏଫଏକ୍ୟୁ ମାନର ଧାନ ମଣ୍ଡିକୁ ଆଣିବା ପାଇଁ ଆହ୍ବାନ ଦେଇଥିବା ବେଳେ ଦଲାଲ ରାଜକୁ ନେଇ ଚାଷୀ ସନ୍ଦେହ ପ୍ରକଟ କରିଛନ୍ତି । ଆଜି ଜିଲ୍ଲାର ମନମୁଣ୍ଡା ମାର୍କେଟ ୟାର୍ଡ ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଧାନକିଣା ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ଜିଲ୍ଲାପାଳ ଚାଷୀ ମାନଙ୍କୁ ଚଳିତ ବର୍ଷ ଏଫଏକ୍ୟୁ ମାନର ଧାନ ମଣ୍ଡିକୁ ଆଣିବା ପାଇଁ ଆହ୍ମାନ ଦେବା ସହିତ ଚାଷୀ ମାନେ ଯେଭଳି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେନେଇ ଅଧିକାରୀ ମାନଙ୍କୁ ତାଗିଦ କରିଛନ୍ତି । ଯୋଗାଣ ଅଧିକାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦେଶକ, ଏଆରସିଏସ, କଣ୍ଟାମାଳ ବିଡ଼ିଓ ପ୍ରମୁଖ ଯୋଗ ଦେଇଥିଲେ ।