ଓଡିଶା

odisha

ETV Bharat / state

ବର୍ଷା ଜଳ ପଶିଯିବାରୁ ବନ୍ଦ ହେଲା ବୌଦ୍ଧର ରେଜିଷ୍ଟ୍ରି କାର୍ଯ୍ୟାଳୟ - The registry office was closed due to flooding

ବୌଦ୍ଧ ଜିଲ୍ଲାରେ ଲଗାତାର ତିନି ଦିନ ଧରି ଅବିଶ୍ରାନ୍ତ ତଥା ପ୍ରବଳ ବର୍ଷା ପରେ ଗତକାଲି(ମଙ୍ଗଳବାର) ଅପରାହ୍ନରୁ ଏଥିରେ ବ୍ରେକ ଲାଗିଛି । କିନ୍ତୁ ଏପଟେ ବର୍ଷା ପାଣି ପଶିଯିବାରୁ ବନ୍ଦ ହୋଇଛି ରେଜିଷ୍ଟ୍ରି କାର୍ଯ୍ୟାଳୟ । ଅଧିକ ପଢନ୍ତୁ...

ବର୍ଷା ପାଣି ପଶିଯିବାରୁ ବନ୍ଦ ହେଲା ରେଜିଷ୍ଟ୍ରି କାର୍ଯ୍ୟାଳୟ
ବର୍ଷା ପାଣି ପଶିଯିବାରୁ ବନ୍ଦ ହେଲା ରେଜିଷ୍ଟ୍ରି କାର୍ଯ୍ୟାଳୟ

By

Published : Sep 15, 2021, 9:44 AM IST

ବୌଦ୍ଧ: ଲଗାତାର ତିନି ଦିନ ଧରି ବୌଦ୍ଧରେ ଅବିଶ୍ରାନ୍ତ ତଥା ପ୍ରବଳ ବର୍ଷା ପରେ ଗତକାଲି(ମଙ୍ଗଳବାର) ଅପରାହ୍ନରୁ ଏଥିରେ ବ୍ରେକ ଲାଗିଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ରେକର୍ଡ ମାତ୍ରାରେ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ହେବା ସହ ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ବିଶେଷ ଭାବରେ ହରଭଙ୍ଗା ବ୍ଲକର ଅନେକ ସ୍ଥାନରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରିଦିଆଯାଇଥିଲା ।

ବର୍ଷା ପାଣି ପଶିଯିବାରୁ ବନ୍ଦ ହେଲା ରେଜିଷ୍ଟ୍ରି କାର୍ଯ୍ୟାଳୟ

ଜିଲ୍ଲା ସଦର ମହକୁମା ଠାରେ ମଧ୍ୟ ଅନେକ ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶିଯିବା ସହିତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଯେପରିକି ଜିଲ୍ଲା ମୁଖ୍ୟ ଡାକ୍ତରଖାନା, ମନମୁଣ୍ଡା ଡାକ୍ତରଖାନା, ଜିଲ୍ଲା ରେଜିଷ୍ଟ୍ରି ଅଫିସ, ଡିଆରଡିଏ ପରିସରରେ ବର୍ଷା ପାଣି ପଶି ଯାଇଥିଲା । ରେଜିଷ୍ଟ୍ରି କାର୍ଯ୍ୟାଳୟରେ ବର୍ଷା ପାଣି ପଶିଯାଇ ସଟସର୍କିଟ ଯୋଗୁଁ କର୍ମଚାରୀମାନେ ଅଫିସ ଭିତରକୁ ପ୍ରବେଶ କରିପାରିନଥିଲେ । ଫଳରେ ଦୂରଦୂରାନ୍ତରୁ ଆସିଥିବା ଲୋକେ ଜମିବାଡ଼ି ରେଜିଷ୍ଟ୍ରି କରିନପାରି ଫେରି ଯାଇଥିଲେ ।

ସେପଟେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଉପୁଡି ପଡିଥିବା ବିରାଟକାୟ ଆମ୍ବଗଛକୁ ଓଡ୍ରାଫ ଟିମ ପହଞ୍ଚି ସଫା କରିଥିଲେ ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details