ବୌଦ୍ଧ: ପଞ୍ଚାୟତ ଗଠନର ଦୀର୍ଘ ବିତିଗଲା ପରେ ମଧ୍ୟ ପଞ୍ଚାୟତ କାର୍ଯ୍ୟାଳୟ କି ବଜାରରେ ଥିବା ଷ୍ଟଲ ଗୁଡିକ କାର୍ଯ୍ୟକ୍ଷମ ହୋଇପାରିନାହିଁ । ବଜାର ପ୍ରାଙ୍ଗଣ ଗାଇ ଗୁହାଳ ପାଲଟିଥିବା ସହ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି । ଲୋକଙ୍କ ସୁବିଧା ପାଇଁ ସରକାର ନୂତନ ପଞ୍ଚାୟତ ଗଠନ କଲେ ।କିନ୍ତୁ ବିଭିନ୍ନ ସମସ୍ୟା ଯୋଗୁଁ ଆଜିବି ଲୋକେ ପୂର୍ବ ପଞ୍ଚାୟତ ଉପରେ ନିର୍ଭରଶୀଳ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ମଥୁରା ପଞ୍ଚାୟତ ଠାରୁ ଅଲଗା କରି ରାଧାନଗର ପଞ୍ଚାୟତ ଗଠନ କରାଗଲା ।
କାର୍ଯ୍ୟକ୍ଷମ ହୋଇପାରୁନି ରାଧାନଗର ପଞ୍ଚାୟତ କାର୍ଯ୍ୟାଳୟ
କାର୍ଯ୍ୟକ୍ଷମ ହୋଇପାରୁନି ବୌଦ୍ଧର ରାଧାନଗର ପଞ୍ଚାୟତ କାର୍ଯ୍ୟାଳୟ ଓ ଷ୍ଟଲ । ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ କଲେ ଦାବି । ଅଧିକ ପଢନ୍ତୁ.....
କାର୍ଯ୍ୟକ୍ଷମ ହୋଇପାରୁନି ରାଧାନଗର ପଞ୍ଚାୟତ କାର୍ଯ୍ୟାଳୟ ଓ ଷ୍ଟଲ
ସ୍ବତନ୍ତ୍ର ଭାବରେ ପଞ୍ଚାୟତ କାର୍ଯ୍ୟାଳୟ ଓ ବଜାର ଷ୍ଟଲ ମଧ୍ୟ ନିର୍ମାଣ ହେଲା । କିନ୍ତୁ ନିର୍ମାଣର ଦୀର୍ଘ ଦିନ ବିତିଗଲା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହୋଇପାରୁନି । ବଜାର ଅଞ୍ଚଳରେ କୁଢକୁଢ ଆବର୍ଜନା ଗଦା ହୋଇଥିବା ଯୋଗୁଁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି । ଏଦିଗରେ ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ
Last Updated : Sep 29, 2020, 9:45 AM IST