ବୌଦ୍ଧ: ମହାନଦୀ କୂଳରେ ଥାଇ ମଧ୍ୟ ତିନୋଟି ଜିଲ୍ଲାର ଅନେକ ଅଞ୍ଚଳକୁ ଜଳସେଚନ ହୋଇପାରୁ ନଥିଲା । କିନ୍ତୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ମହାନଦୀର ବିଭିନ୍ନ ଉତ୍ସରୁ ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ମହାନଦୀ କୂଳରେ ଅବସ୍ଥିତ ସୋନପୁର, ବୌଦ୍ଧ ଓ ଅନୁଗୁଳ ଜିଲ୍ଲାର ଅନେକ ଅଞ୍ଚଳକୁ ଜଳସେଚନ ହୋଇପାରୁ ନଥିଲା । ତେବେ ଏହି ନଦୀ କୂଳିଆ ଅଞ୍ଚଳର ବାରଟି ସ୍ଥାନରେ ଏହି ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି ।
କାର୍ଯ୍ୟକ୍ଷମ ହେଲା ବହୁ ପ୍ରତିକ୍ଷିତ କୁମ୍ଭୀଆ ବୃହତ ଉଠାଜଳସେଚନ ପ୍ରକଳ୍ପ
କାର୍ଯ୍ୟକ୍ଷମ ହେଲା ପାର୍ବତୀ ଗିରି ବୃହତ ଉଠାଜଳସେଚନ ପ୍ରକଳ୍ପ । କାର୍ଯ୍ୟକ୍ଷମ ହେବା ପରେ ଅଞ୍ଚଳର ଚାଷୀଙ୍କ ଖୁସି ନକହିଲେ ସରେ । ଅଧିକ ପଢନ୍ତୁ...
କାର୍ଯ୍ୟକ୍ଷମ ହେଲା ବହୁପ୍ରତିକ୍ଷୀତ କୁମ୍ଭୀଆ ବୃହତ ଉଠା ଜଳସେଚନ ପ୍ରକଳ୍ପ
ଏହି ଧାରାରେ ମଙ୍ଗଳବାର ଆଠମଲ୍ଲିକ ଉପଖଣ୍ଡ କିଆକଟା ପଞ୍ଚାୟତର ହଟୁଆପଡା ଠାରେ କୁମ୍ଭୀଆ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଦ୍ବାରା କିଆକଟା ପଞ୍ଚାୟତର ଆଠଟି ଗ୍ରାମର 1050 ହେକ୍ଟର ଜମିକୁ ଜଳସେଚନ ହୋଇପାରିବ ବୋଲି ଶୁଣିବାକୁ ମିଳୁଛି । ଏନେଇ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ