ଓଡିଶା

odisha

ETV Bharat / state

ଆଦିବାସୀ ତାଲିକାରୁ ବାଦ ପଡିଛନ୍ତି କନ୍ଧ, ପ୍ରଶାସନର ନାହିଁ ନଜର

ଆଦିବାସୀଙ୍କ କଲ୍ୟାଣ ପାଇଁ ଅନେକ କିଛି ଯୋଜନା କରୁଛନ୍ତି ସରକାର । କିନ୍ତୁ ବୌଦ୍ଧ ଜିଲ୍ଲା ଆମ୍ବଝରୀ ପଞ୍ଚାୟତରେ ଥିବା କନ୍ଧ ସଂପ୍ରଦାୟର ଆଦିମ ଜନଜାତି ସେ ସବୁ ସୁବିଧାରୁ ବଞ୍ଚିତ ହୋଇଛନ୍ତି । କାରଣ ଆଦିବାସୀ ତାଲିକାରୁ ଏବେ ବାଦ ପଡିଛନ୍ତି ଏହି ଆଦିବାସୀ ସମ୍ପ୍ରଦାୟ ।

By

Published : Aug 17, 2019, 12:39 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଜିଲ୍ଲାର ଏକ ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ହେଉଛି ଆମ୍ବଝରୀ । ଏଠାକାର ସମୁଦାୟ ଜନସଂଖ୍ୟାର ଅର୍ଦ୍ଧାଧିକ ହେଉଛନ୍ତି କନ୍ଧ ସଂପ୍ରଦାୟର ଆଦିମ ଜନଜାତି । ଅତ୍ୟନ୍ତ ସ୍ବାଧୀନ ଚେତା ଏହି ଦୁର୍ଦ୍ଦଶ ଜାତି ଏକଦା ଇଷ୍ଟ ଇଣ୍ଡିଆ କମ୍ପାନୀର ସୈନ୍ୟ ବାହିନୀକୁ ନାକେଦମ କରିଦେଇଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ଏହି ଆଦିମ ଜନଜାତି ଉକ୍ତ ଆମ୍ବଝରୀ ପଞ୍ଚାୟତରେ ଆଦିବାସୀ ତାଲିକାରୁ ବାଦ ପଡିଯାଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଘଟଣାଟି ଶୁଣିବାକୁ ଟିକେ ଅଡ଼ୁଆ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ୍ୟ । କୌଣସି କାରଣବଶତଃ ଏହି କନ୍ଧ ଜନଜାତି ଆଦିବାସୀ ତାଲିକାରୁ ବାଦ ପଡିବା ଯୋଗୁଁ ଏମାନେ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାରୁ ଲାଭ ପାଇପାରୁ ନାହାଁନ୍ତି । ପଞ୍ଚାୟତ ପ୍ରତିନିଧିମାନେ ମଧ୍ୟ ଏସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କୁ ଅବଗତ କରାଇଛନ୍ତି । କିନ୍ତୁ ଏଯାବତ ସେମାନଙ୍କୁ କୌଣସି ସୁଫଳ ମିଳିପାରିନଥିବା ଜଣାପଡିଛି । ତୁରନ୍ତ ଏହି ଆଦିମ କନ୍ଧ ଜନଜାତିକୁ ସେମାନଙ୍କ ହକ ପ୍ରଦାନ କରାଯିବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details