ଓଡିଶା

odisha

By

Published : Aug 13, 2020, 11:35 AM IST

ETV Bharat / state

ଅଣ୍ଡର ଓ୍ବାଟର ମକଡ୍ରିଲ ସମୟରେ ବୁଡିଗଲେ ଆଇଆରବି ଯବାନ

ମହାନଦୀରେ ଅଣ୍ଡର ଓ୍ବାଟର ମକଡ୍ରିଲ ସମୟରେ ଦୁର୍ଘଟଣା ଘଟି ପାଣିରେ ବୁଡିଯାଇଥିଲେ ଆଇଆରବି ଯବାନ । ଦୀର୍ଘ ତିନି ଘଣ୍ଟା ପରେ ଯବାନଙ୍କ ମର ଶରୀର ନଦୀରୁ ଉଦ୍ଧାର କରାଯାଇଛି ।

ଅଣ୍ଡର ଓ୍ବାଟର ମକଡ୍ରିଲ ସମୟରେ ବୁଡି ଗଲେ ଆଇଆରବି ଯବାନ, ପରିବାର ପକ୍ଷରୁ ସନ୍ଦେହ ପ୍ରକଟ
ଅଣ୍ଡର ଓ୍ବାଟର ମକଡ୍ରିଲ ସମୟରେ ବୁଡି ଗଲେ ଆଇଆରବି ଯବାନ, ପରିବାର ପକ୍ଷରୁ ସନ୍ଦେହ ପ୍ରକଟ

ବୌଦ୍ଧ: ମହାନଦୀରେ ଅଣ୍ଡର ଓ୍ବାଟର ମକଡ୍ରିଲ ସମୟରେ ଦୁର୍ଘଟଣା ଘଟି ପାଣିରେ ବୁଡିଯାଇଥିଲେ ଆଇଆରବି ଯବାନ । ଦୀର୍ଘ ତିନି ଘଣ୍ଟା ପରେ ଯବାନଙ୍କ ମର ଶରୀର ନଦୀରୁ ଉଦ୍ଧାର ପରେ ପୋଷ୍ଟମଟମ ହୋଇଥିଲା । ଏହାପରେ ବଲାସିଙ୍ଗା ସ୍ଥିତ ପଞ୍ଚମ ଆଇଆରବି ବାଟାଲିୟନ କାର୍ଯ୍ୟାଳୟ ସମ୍ମୁଖରେ ଗାର୍ଡ ଅଫ ଅନର ପ୍ରଦାନ ସହିତ ନୀରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।

ଅଣ୍ଡର ଓ୍ବାଟର ମକଡ୍ରିଲ ସମୟରେ ବୁଡି ଗଲେ ଆଇଆରବି ଯବାନ, ପରିବାର ପକ୍ଷରୁ ସନ୍ଦେହ ପ୍ରକଟ

ଅନ୍ୟପଟେ ଆଇଆରବି ଯବାନଙ୍କ ମୃତ୍ୟୁ ମହାନଦୀରେ କିଭଳି ଓ କେଉଁ ପରିସ୍ଥିତିରେ ବୁଡି ମୃତ୍ୟୁ ହେଲା ସେନେଇ ସନ୍ଦେହ ପ୍ରକଟ କରିଛନ୍ତି ପରିବାର । ଦୀର୍ଘ ତିନି ଘଣ୍ଟା ପର୍ଯ୍ୟନ୍ତ ମୃତଶରୀରକୁ ଆମ୍ବୁଲାନ୍ସରେ ରଖି ପରିବାରର ସଦସ୍ୟମାନେ କାର୍ଯ୍ୟାଳୟ ସମ୍ମୁଖରେ ତଳେ ବସିରହିଥିଲେ । ଶେଷରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ଏସପି ଭି ରଘୁନାଥ ରାଓ ଘଟଣାସ୍ଥଳରେ ପହଞ୍ଚି ମୃତ ଜବାନଙ୍କ ପରିବାର ସହ ଆଲୋଚନା କରିଥିଲେ । ସମସ୍ତ ପ୍ରକାର ସାହାଯ୍ୟ, ତଦନ୍ତ, ସହଯୋଗ ପାଇଁ ପ୍ରତିଶ୍ରୁତି ମିଳିବା ପରେ ପରିବାର ମୃତ ଜବାନଙ୍କ ମର ଶରୀରକୁ ନେଇ ଫୁଲବାଣୀ ଫେରିଥିଲେ ।

ଅଣ୍ଡର ଓ୍ବାଟର ମକଡ୍ରିଲ ସମୟରେ ବୁଡି ଗଲେ ଆଇଆରବି ଯବାନ, ପରିବାର ପକ୍ଷରୁ ସନ୍ଦେହ ପ୍ରକଟ

ବୁଧବାର ସକାଳୁ ମହାନଦୀରେ ଅଣ୍ଡର ଓ୍ବାଟର ମକଡ୍ରିଲ ସମୟରେ ଦୁର୍ଘଟଣା ଘଟି ପାଣିରେ ବୁଡିଯାଇଥିଲେ ଯବାନ । ଲୋକଙ୍କୁ ବନ୍ୟା ସମୟରେ ଉଦ୍ଧାର ପାଇଁ ଚାଲିଥିଲା ମକଡ୍ରିଲ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details