ଓଡିଶା

odisha

ETV Bharat / state

ବିଶ୍ବ ଡାକ୍ତର ଦିବସରେ ଅନ୍ଧକାରରେ ରହିଲା ଡାକ୍ତରଖାନା

ଅଘୋଷିତ ବିଦ୍ୟୁତ କାଟ୍ ଯୋଗୁଁ ବିଶ୍ବ ଡାକ୍ତର ଦିବସରେ ଡାକ୍ତରଖାନାରେ ରୋଗୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଥିବା ବେଳେ ରୋଗୀ ସେବାରେ ବାଧକ ସାଜିଥିଲା । ଅଧିକ ପଢନ୍ତୁ...

By

Published : Jul 2, 2021, 8:28 PM IST

ବିଶ୍ବ ଡାକ୍ତର ଦିବସରେ ଅନ୍ଧକାରରେ ରହିଲା ଡାକ୍ତରଖାନା
ବିଶ୍ବ ଡାକ୍ତର ଦିବସରେ ଅନ୍ଧକାରରେ ରହିଲା ଡାକ୍ତରଖାନା

ବୌଦ୍ଧ: କୋରୋନା ମହାମାରୀ ସମୟରେ ପୁଣିଥରେ ନିଜର ସେବା ଓ ତ୍ୟାଗର ପରିଚୟ ଦେଇଛନ୍ତି ଡାକ୍ତର । ଗୁରୁବାର ବିଶ୍ବ ଡାକ୍ତର ଦିବସ ଅବସରରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଶୈଳୀରେ ଦିବସକୁ ପାଳନ କରାଯାଇଥିଲା । ବୌଦ୍ଧ ଜିଲ୍ଲାପାଳ ଆକସ୍ମିକ ଭାବରେ ସଂଧ୍ୟାରେ ବୌଦ୍ଧ ଡାକ୍ତରଖାନାରେ ପହଞ୍ଚି କର୍ତ୍ତବ୍ୟ ରତ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ଆଉ ଠିକ୍ ସେହି ସମୟରେ ବିଦ୍ୟୁତ ସମସ୍ୟା ଯୋଗୁଁ ରୋଗୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ ।

ବିଶ୍ବ ଡାକ୍ତର ଦିବସରେ ଅନ୍ଧକାରରେ ରହିଲା ଡାକ୍ତରଖାନାବିଶ୍ବ ଡାକ୍ତର ଦିବସରେ ଅନ୍ଧକାରରେ ରହିଲା ଡାକ୍ତରଖାନା

ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କୋରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଡାକ୍ତର ମାନଙ୍କ କର୍ତ୍ତବ୍ୟ ପରାୟଣତା ଓ ନିରନ୍ତର ସେବା ପାଇଁ ସାଧୁବାଦ ଜଣାଇବା ସହ ଫୁଲତୋଡା, ମିଠା ଓ ଉପହାର ଦେଇ ସମ୍ମାନିତ କରିଥିଲେ । ସେପଟେ ଏଭଳି ଦିନରେ ମଧ୍ୟ ବିଦ୍ୟୁତ ବିଭାଗର ଚରମ ଅବହେଳା ଦେଖିବାକୁ ମିଳିଥିଲା । ଡାକ୍ତରଖାନା ପରିସରରେ ଥିବା ଜେନେରେଟର କାମ ନକରିବାରୁ ଡାକ୍ତରଖାନା ଦୀର୍ଘ ସମୟ ଧରି ଅନ୍ଧକାରରେ ରହିଥିଲେ ।

ସେପଟେ ଉଭୟ ଡାକ୍ତର ଓ ରୋଗୀମାନେ ବିଦ୍ୟୁତ କାଟ୍ ଯୋଗୁଁ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ବିଶେଷ ଭାବରେ ପ୍ରସୂତୀ ମହିଳା ଓ ନବଜାତ ଶିଶୁଙ୍କ ପାଇଁ ରୋଗୀଙ୍କ ସମ୍ପକୀୟ ଅନ୍ଧାରରେ ମହମବତୀ ଜାଳି ଦୀର୍ଘ ସମୟ ଧରି କଷ୍ଟ ପାଇଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details