ଓଡିଶା

odisha

ETV Bharat / state

ଆବର୍ଜନା ଅଳିଆ ରେ ପୋତି ହୋଇ ପଡୁଛି ମହାନଦୀ - କୁଢ କୁଢ ଆବର୍ଜନା ରେ ମହାନଦୀ ଧିରେ ଧିରେ ପୋତି ହୋଇ ପଡୁଛି

କୁଢ କୁଢ ଆବର୍ଜନା ରେ ମହାନଦୀ ଧିରେ ଧିରେ ପୋତି ହୋଇ ପଡୁଛି ଐତିହାସିକ ସହର ବୌଦ୍ଧ । ଜିଲ୍ଲାର ପୌରାଞ୍ଚଳର ପରିମଳ ଓ ସ୍ବଚ୍ଛତା କୁନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଧିକ ପଢ଼ନ୍ତି

ଐତିହାସିକ ସହର ବୌଦ୍ଧ
ଐତିହାସିକ ସହର ବୌଦ୍ଧ

By

Published : Feb 5, 2023, 9:44 PM IST

ଅଳିଆରେ ପୋତି ହୋଇ ପଡୁଛି ଐତିହାସିକ ସହର ବୌଦ୍ଧ

ବୌଦ୍ଧ: ମହାନଦୀ କୂଳରେ ଅବସ୍ଥିତ ଏକ ସୁନ୍ଦର ଐତିହାସିକ ସହର ଧୀରେଧୀରେ ଆବର୍ଜନାର କୁଢକୁଢ ଅଳିଆ ମଧ୍ୟରେ ଲୁଚି ଯିବାକୁ ବସିଛି । ଓଡିଶାର ଗଙ୍ଗା ଭାବରେ ପରିଚିତ ମହାନଦୀ କୂଳରେ ବୌଦ୍ଧ ଜିଲ୍ଲାର ଅନେକ ପ୍ରାଚୀନ ବସତି ସ୍ଥାପନ ହୋଇଛି । ଜିଲ୍ଲା ସଦର ମହକୁମା ବୌଦ୍ଧ ସହର ତନ୍ମଧ୍ୟରୁ ଅନ୍ୟତମ । ମନ୍ଦିର ଓ ମଠ ସଂସ୍କୃତିରେ ଭରପୁର ବୌଦ୍ଧ ର ମହାନଦୀ ର ପଠା ଓ ବିଭିନ୍ନ ଘାଟ ବର୍ତ୍ତମାନ ଅତ୍ୟନ୍ତ ପରିତ୍ୟକ୍ତ ହୋଇପଡିଛି । କୁଢ କୁଢ ଆବର୍ଜନାରେ ମହାନଦୀ ଧୀରେଧୀରେ ପୋତି ହୋଇ ପଡୁଛି ।

ଏହାଛଡା ବିଭିନ୍ନ ତୁଠ ଓ ମହାନଦୀର ଘାଟରେ ମଧ୍ୟ କୁଢକୁଢ ଆବର୍ଜନା ପଡିରହୁଛି । ଜିଲ୍ଲାର ଏକମାତ୍ର ପୌରାଞ୍ଚଳର ସଫେଇ କାର୍ଯ୍ୟ ହାତେଇଥିବା ଠିକା ସଂସ୍ଥାର ବେପରୁଆ ମନୋଭାବକୁ ଏଥିପାଇଁ ଦାୟୀ କରାଯାଇଛି । ଖୋଦ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ପୌର ଅଧ୍ୟକ୍ଷ ମୃତୁଞ୍ଜୟ ମିଶ୍ର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମହାନଦୀ କୂଳ ପରିଦର୍ଶନ କରିଥିଲେ । ଆବର୍ଜନା କାଢିବା ନେଇ ଠିକା ସଂସ୍ଥାର ଟେଣ୍ଡର ନେଇଥିବା ବେଳେ, ଠିକା ସଂସ୍ଥାର ଏଭଳି ଠକାମୀ ଧରାପଡିଥିବା ସୂଚନା ମିଳିଛି । ପୂର୍ବରୁ ପୌର ପ୍ରଶାସନ ବୌଦ୍ଧ ସହରର ସଫେଇ କାର୍ଯ୍ୟକୁ ଅତି ସୁରୁଖୁରୁରେ ସମ୍ପାଦନ କରୁଥିବା ବେଳେ ବର୍ତ୍ତମାନ ଠିକା ସଂସ୍ଥାର ମନମୁଖି କାର୍ଯ୍ୟ ଯୋଗୁଁ ସହରର ସଫେଇରେ ବ୍ୟାପକ ସମସ୍ୟା ଉପୁଜୁଥିବା ଅଭିଯୋଗ ହୋଇଛି । ଏପରିକି ଅନେକ ସ୍ଥାନରେ ଜନସଚେତନତା ଅଭାବରୁ ମହାନଦୀ କୂଳ ଅସ୍ବଚ୍ଛ ରହୁଛି ।

ଏନେଇ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ କଠୋର ଆଭିମୁଖ୍ୟ ପ୍ରଦର୍ଶନ ପୂର୍ବକ ଏଣିକି ଜରିମାନା ବ୍ୟବସ୍ଥା ଘୋଷଣା କରିଛନ୍ତି । ଜିଲ୍ଲାପାଳ ଓ ପୌର ଅଧ୍ୟକ୍ଷ ଗଭୀର ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଠିକା ସଂସ୍ଥାର ବେପରୁଆ ମନୋଭାବକୁ ଏଥିପାଇଁ ଦାୟୀ କରିଛନ୍ତି । ଗତ ପାଞ୍ଚଦିନ ଧରି ବୌଦ୍ଧ ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ମହାନଦୀ କୂଳକୁ ନିଜେ ସଫେଇ କରି ଅନ୍ୟମାନଙ୍କୁ ସଚେତନତାର ବାର୍ତ୍ତା ଦେଉଛନ୍ତି । ଜିଲ୍ଲାର ଏକମାତ୍ର ପୌରାଞ୍ଚଳର ପରିମଳ ଓ ସ୍ବଚ୍ଛତା କୁନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜିଲ୍ଲା ସଦର ମହକୁମା ଏକ ଛୋଟ ପୌରାଞ୍ଚଳ ହୋଇଥିଲେ ମଧ୍ୟ ଅଳିଆ ଆବର୍ଜନା ଯୋଗୁଁ ତଥା ନାଳ ନର୍ଦ୍ଦମା ଠିକରେ ସଫେଇ ହୋଇ ପାରୁନଥିବା କାରଣରୁ ଏନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details