ବୌଦ୍ଧ: ଦନ୍ତାହାତୀ ମୃତ୍ୟୁର ପାଞ୍ଚ ଦିନ ପରେ ଜଙ୍ଗଲ ବିଭାଗ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେପଟେ ନିରୀହ ଲୋକଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଥିବା ନେଇ ଏସପିଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ପରିବାରର ମହିଳା ମାନେ ।
ଦନ୍ତାହାତୀ ମୃତ୍ୟୁ ମାମଲାରେ ଚାରିଜଣଙ୍କୁ ଗିରଫ କଲା ଜଙ୍ଗଲ ବିଭାଗ - ତଳଗାଁ ନିକଟସ୍ଥ ଜଙ୍ଗଲ
ପାଞ୍ଚ ଦିନ ପୂର୍ବରୁ ମାଧପୁର ରେଞ୍ଜ ଅନ୍ତର୍ଗତ ତଳଗାଁ ନିକଟସ୍ଥ ଜଙ୍ଗଲରେ ହୋଇଥିବା ଦନ୍ତା ହାତୀ ମୃତ୍ୟୁ ମାମଲାରେ 4 ଜଣକୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ...
![ଦନ୍ତାହାତୀ ମୃତ୍ୟୁ ମାମଲାରେ ଚାରିଜଣଙ୍କୁ ଗିରଫ କଲା ଜଙ୍ଗଲ ବିଭାଗ forest department has arrested four people, connection with the death of an elephant, elephant death in boudh, ଦନ୍ତାହାତୀ ମୃତ୍ୟୁ ମାମଲା, ଚାରିଜଣଙ୍କୁ ଗିରଫ କଲା ଜଙ୍ଗଲ ବିଭାଗ, ତଳଗାଁ ନିକଟସ୍ଥ ଜଙ୍ଗଲ, ବୌଦ୍ଧ ଖବର](https://etvbharatimages.akamaized.net/etvbharat/prod-images/768-512-7729250-456-7729250-1592869568064.jpg)
ଦିନକୁ ଦିନ ଜଟିଳ ହେବାରେ ଲାଗିଛି ଦନ୍ତାହାତୀ ମୃତ୍ୟୁ ରହସ୍ୟ । ଗତ ପାଞ୍ଚ ଦିନ ପୂର୍ବରୁ ମାଧପୁର ରେଞ୍ଜ ଅନ୍ତର୍ଗତ ତଳଗାଁ ନିକଟସ୍ଥ ଜଙ୍ଗଲରୁ ଏକ ଦନ୍ତାହାତୀର ଗୁଳି ବିଦ୍ଧ ମୃତ ଦେହ ଠାବ ହୋଇଥିଲା । ତେବେ ତା’ପର ଦିନ ନିକଟସ୍ଥ ଗାଁର ଛ ଜଣ ଯୁବକଙ୍କୁ ଜଙ୍ଗଲ ବିଭାଗ ପଚରାଉଚରା ନାରେ ତିନି ଦିନ ଧରି ଅକଥନୀୟ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ କରି ମାଧପୁର ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସୋମବାର ସମ୍ପୃକ୍ତ ପରିବାରର ମହିଳା ମାନେ ଏ ସମ୍ପର୍କରେ ବୌଦ୍ଧ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ । ଏହାର କେଇ ଘଣ୍ଟା ପରେ ଜଙ୍ଗଲ ବିଭାଗ ଚାରି ଜଣ ଗ୍ରାମବାସୀଙ୍କୁ ଅଭିଯୁକ୍ତ ଦର୍ଶାଇ ଗିରଫ କରିଛି । ମୃତ ଦନ୍ତାହାତୀ ଶରୀରରୁ ଏଗାରଟି ଗୁଳି ବାହାର କରାଯାଇଥିବା ବେଳେ ପ୍ରକୃତ ଶୀକାରୀ ଓ ଦୋଷୀ କିଏ ତାହା ଏବେବି କୁହେଳିକା ମଧ୍ୟରେ ରହିଥିବା ପ୍ରତୀୟମାନ ହେଉଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ