ଓଡିଶା

odisha

ETV Bharat / state

କୋଭିଡ ଆଇନ ଉଲ୍ଲଂଘନ କରି ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ - The executive engineer has been suspended

କୋଭିଡ ଆଇନ ଉଲ୍ଲଂଘନ ଅଭିଯୋଗରେ ସରକାରୀ ବାବୁଙ୍କୁ ସରକାର ନିଲମ୍ବିତ କରିଛନ୍ତି । ଏହି ସରକାରୀ ଅଧିକାରୀ ଜଣଙ୍କ ବୌଦ୍ଧ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନିର୍ବାହୀ ଯନ୍ତ୍ରୀ ଜ୍ଞାନଦା ପ୍ରସାଦ ସାହୁ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ...

The executive engineer has been suspended in violation of the Covid Act
କୋଭିଡ ଆଇନ ଉଲ୍ଲଂଘନ କରି ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ

By

Published : May 29, 2020, 11:46 PM IST

ବୌଦ୍ଧ: କୋଭିଡ ଆଇନ ଉଲ୍ଲଂଘନ ଅଭିଯୋଗରେ ସରକାରୀ ବାବୁଙ୍କୁ ସରକାର ନିଲମ୍ବିତ କରିଛନ୍ତି । ଏହି ସରକାରୀ ଅଧିକାରୀ ଜଣଙ୍କ ବୌଦ୍ଧ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନିର୍ବାହୀ ଯନ୍ତ୍ରୀ ଜ୍ଞାନଦା ପ୍ରସାଦ ସାହୁ ବୋଲି ସୂଚନା ମିଳିଛି ।

ବୌଦ୍ଧ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନିର୍ବାହୀ ଯନ୍ତ୍ରୀ ଜ୍ଞାନଦା ପ୍ରସାଦ ସାହୁଙ୍କୁ ସରକାର କୋଭିଡ ଆଇନ ଉଲ୍ଲଂଘନ ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ।

କୋଭିଡ ଆଇନ ଉଲ୍ଲଂଘନ କରି ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ

ସୂଚନା ଅନୁଯାୟୀ, ଶ୍ରୀ ଜ୍ଞାନଦା ପ୍ରସାଦ ସାହୁ ଗତ ଆଠ ତାରିଖରେ ବୀରନରସିଂପୁର ସ୍ଥିତ କ୍ବାରେନଣ୍ଟାଇନ ସେଣ୍ଟର ଭିତରେ ପ୍ରବାସୀ ଓଡ଼ିଆଙ୍କ ସହିତ କୋଳାକୋଳି ହେବା ସହ କୋଭିଡ ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରିଥିଲେ । କେବଳ ଏତିକି ନୁହେଁ, ସେଠାରୁ ଫେରି ସେ ନିଜ କାର୍ଯ୍ୟାଳୟ ଓ ସର୍କିଟ ହାଉସ ଠାରେ ମଧ୍ୟ ବିଚିତ୍ର ଅଭିନୟ ଦେଖାଇଥିଲେ ।

ଏହାପରେ ତାଙ୍କୁ ବୁର୍ଲାରୁ ବ୍ରହ୍ମପୁର ପଠାଇ ଦିଆଯାଇଥିଲା । ସରକାରୀ ବାବୁ ଏଭଳି ବେପରୁଆ ନୀତିକୁ ବିଚାର କରି ରାଜ୍ୟ ସରକାର ତାଙ୍କୁ କାର୍ଯ୍ୟରୁ ଗତ 27 ତାରିଖରେ ନିଲମ୍ବିତ କରିଥିବା ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details