ବୌଦ୍ଧ :ମାଡି ଆସୁଛି ଗ୍ରୀଷ୍ମପ୍ରବାହ । ଆଉ ଏବେ ଠାରୁ ଆରମ୍ଭ ହୋଇଗଲାଣି ପାନୀୟଜଳର ଉତ୍କଟ ସମସ୍ୟା । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ନଳକୂପ ଅଚଳ ହୋଇପଡିଛି । ମହାନଦୀ କୂଳରେ ଅବସ୍ଥିତ ଅନେକ ପଞ୍ଚାୟତରେ ଏଭଳି ସମସ୍ୟା ବର୍ଷ ତମାମ ଲାଗି ରହୁଛି ।
ଗ୍ରୀଷ୍ମ ଆରମ୍ଭରୁ ଅଚଳ ନଳକୂପ, ପାଣି ପାଇଁ ଡହଳ ବିକଳ ପଞ୍ଚାୟତ - tube wells are not working in boudh
ପାନୀୟ ଜଳକୁ ନେଇ ଦେଖା ଦେଇଛି ସମସ୍ୟା । ଗାଁରେ ନଳକୂପ ଅଚଳ ହୋଇପଡିଥିବା ଯୋଗୁଁ ଦୂରଦୂରାନ୍ତରୁ ପାଣି ବୋହି ଆଣିବାକୁ ପଡୁଛି । ଏନେଇ ଅଭିଯୋଗ କଲେ ମଧ୍ୟ ପଞ୍ଚାୟତ କର୍ତ୍ତୃପକ୍ଷ ଚୁପ ବସିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଅଚଳ ପଡିଛି ନଳକୂପ, ପାନୀୟ ଜଳର ଉତ୍କଟ ସମସ୍ୟା
ଅଚଳ ପଡିଛି ନଳକୂପ, ପାନୀୟ ଜଳର ଉତ୍କଟ ସମସ୍ୟା
ବୌଦ୍ଧ ଜିଲ୍ଲାର ଉପାନ୍ତ କୁଶଙ୍ଗ ପଞ୍ଚାୟତ ଅତଳସରା ଗ୍ରାମରେ ନଳକୂପ ଦୀର୍ଘ ଦିନ ହେଲା ଅଚଳ ହୋଇପଡିଥିବା ବେଳେ ସମାନ ଅବସ୍ଥା ମୁଣ୍ଡାପଡା ପଞ୍ଚାୟତ ଖମାରୀପଡା ଗ୍ରାମରେ ଦେଖିବାକୁ ମିଳିଛି । ଖମାରୀପଡା ଗ୍ରାମରେ ଥିବା ନଳକୂପଟିକୁ ଦୁର୍ବୃତ୍ତ ମାନେ ଭାଙ୍ଗି ଦେଇଥିବା ସୂଚନା ମିଳିଛି ।
ପାନୀୟଜଳ ସଙ୍କଟକୁ ନେଇ ଗ୍ରାମବାସୀ ପଞ୍ଚାୟତ ସ୍ତରରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ ହୋଇଛି । ତୁରନ୍ତ ଏ ଦିଗରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ