ଓଡିଶା

odisha

By

Published : Jul 28, 2021, 5:19 PM IST

ETV Bharat / state

ପୂରଣ ହୋଇଛି ବୌଦ୍ଧବାସୀଙ୍କ ସ୍ବପ୍ନ, ତିନି ବର୍ଷ ମଧ୍ୟରେ ଗଡିବ ରେଳ

ରେଳ ଗଡିବା ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ କାର୍ଯ୍ୟ ଜିଲ୍ଲାରେ ଦୃତ ଗତିରେ ଆଗେଇ ଚାଲିଥିବା ବେଳେ ୩ବର୍ଷ ମଧ୍ୟରେ ରେଳ ଗଡିବା ନେଇ ସୂଚନା ଦେଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ...

ପୂରଣ ହୋଇଛି ଜିଲ୍ଲାବାସୀଙ୍କ ସ୍ବପ୍ନ, ତିନି ବର୍ଷ ମଧ୍ୟରେ ଗଡିବ ରେଳ
ପୂରଣ ହୋଇଛି ଜିଲ୍ଲାବାସୀଙ୍କ ସ୍ବପ୍ନ, ତିନି ବର୍ଷ ମଧ୍ୟରେ ଗଡିବ ରେଳ

ବୌଦ୍ଧ: ଜିଲ୍ଲାବାସୀଙ୍କ ବହୁ ଦିନର ସ୍ବପ୍ନ ପୂରଣ ହୋଇଛି । ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ କାର୍ଯ୍ୟ ଜିଲ୍ଲାରେ ଦୃତ ଗତିରେ ଆଗେଇ ଚାଲିଛି । ରାଜତନ୍ତ୍ର ଶାସନ କାଳରୁ ଏହି ରେଳପଥ ନିର୍ମାଣ ପାଇଁ ଦାବି ହୋଇ ଆସୁଥିବା ବେଳେ ଆସନ୍ତା ତିନି ବର୍ଷ ମଧ୍ୟରେ ଜିଲ୍ଲାରେ ରେଳ ଚଳାଚଳ କରିବା ନେଇ ସମ୍ଭାବନା ରହିଛି ।

ପୂରଣ ହୋଇଛି ଜିଲ୍ଲାବାସୀଙ୍କ ସ୍ବପ୍ନ, ତିନି ବର୍ଷ ମଧ୍ୟରେ ଗଡିବ ରେଳ

ରେଳପଥ ବିହୀନ ଜିଲ୍ଲାରେ ଆସନ୍ତା ତିନି ବର୍ଷ ମଧ୍ୟରେ ରେଳ ଚଳାଚଳ କରିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ରେଳପଥ ପାଇଁ ବ୍ରିଟିଶ ସରକାରଙ୍କ ଠାରେ ଦାବି ଉପସ୍ଥାପନ ହୋଇଥିଲା । ତେବେ ରାଜସ୍ବ ଦୃଷ୍ଟି କୋଣରୁ ଏହାକୁ ଏତେଟା ଗୁରୁତ୍ବ ଦିଆଯାଇ ନଥିଲା । ପରବର୍ତ୍ତୀ ସମୟରେ ପୁନର୍ବାର ଦ୍ବିତୀୟ ବିଶ୍ବ ଯୁଦ୍ଧ ପରେ 1945 ମସିହାରେ ଖୋର୍ଦ୍ଧା ଟିଟିଲାଗଡ଼ ରେଳପଥ ପାଇଁ ଏକ ସର୍ଭେ ହୋଇଥିଲା ।

ତେବେ ପରିବର୍ତ୍ତିତ ସମୟରେ ସ୍ବାଧୀନ ଭାରତର ବିଭିନ୍ନ ସରକାରଙ୍କ ସମୟରେ ଏହି ରେଳପଥ ପାଇଁ ଦାବି ହୋଇଥିଲା । ବର୍ତ୍ତମାନ ଏହି ଖୋର୍ଦ୍ଧା ବଲାଙ୍ଗୀର ରେଳପଥ କେବଳ ବୌଦ୍ଧ ଜିଲ୍ଲାକୁ ଛାଡି ଉଭୟ ବଲାଙ୍ଗୀର ସୋନପୁର ଓ ନୟାଗଡ଼ ପଟରୁ ରେଳ ଚଳାଚଳ ଆରମ୍ଭ ହୋଇସାରିଥିବା ବେଳେ କେବଳ ବୌଦ୍ଧ ଜିଲ୍ଲାରେ ଏହାର କାର୍ଯ୍ୟ ଜାରି ରହିଛି ।

ସୂଚନାନୁଯାୟୀ ରେଳପଥର ସର୍ବାଧିକ ରାସ୍ତା କେବଳ ବୌଦ୍ଧ ଜିଲ୍ଲାରେ ରହିଛି । ତେବେ ବର୍ତ୍ତମାନ ଏହି ରେଳପଥ କାର୍ଯ୍ୟ ମନମୁଣ୍ଡା ପଟରୁ ବୌଦ୍ଧ ପର୍ଯ୍ୟନ୍ତ ମାଟି ବିଛା କାର୍ଯ୍ୟ ଜାରି ରହିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ପୁରୁଣା କଟକ ଓ ମାଧପୁର ପର୍ଯ୍ୟନ୍ତ ରେଳପଥ କାର୍ଯ୍ୟ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details