ବୌଦ୍ଧ: ଦୀର୍ଘ ଦିନରୁ ନିର୍ମାଣ ହୋଇଛି ମାଛ ବଜାର । କିନ୍ତୁ ଏହା ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇନଥିବାରୁ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ବୌଦ୍ଧ ଜିଲ୍ଲାବାସୀ । ଆଜି କୋରୋନା ସଂକ୍ରମଣ ଭୟ ଥିବା ସ୍ଥାନ ଗୁଡିକ ଖୋଦ ଜିଲ୍ଲାପାଳ ପରିଦର୍ଶନ ସମୟରେ ଏହି ଗୃହକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବୌଦ୍ଧ ଏନଏସି ଅଧୀନରେ ମାଛ ମାର୍କେଟ ରହିଥିଲେ ମଧ୍ୟ ରାସ୍ତା ଉପରେ ମାଛବଜାର ବସୁଥିବାରୁ ସଂକ୍ରମଣର ଭୟ ସୃଷ୍ଟି ହୋଇଛି । ମାଛ ବଜାର ପାଇଁ ଦୀର୍ଘ ଦିନରୁ ଭୈରବୀ ଛକ ନିକଟସ୍ଥ କୋଳିପଡା ଘାଟ ପାଖରେ ଦଶ ଲକ୍ଷ ଟଙ୍କା ବ୍ୟୟରେ ମାଛ ମାର୍କେଟ ନିର୍ମାଣ କରାଯାଇଥିଲା । କିନ୍ତୁ ଅଦ୍ୟାବଧି ତାହା କାର୍ଯ୍ୟକାରୀ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇ ଆସୁଥିଲା ।