ବୌଦ୍ଧ: ନକଲି ଶ୍ରମିକ କାର୍ଡର ଶିକାର ହେଲେ ଶ୍ରମିକ । ଏଭଳି ଏକ ନକଲି କାରବାର ସମ୍ପର୍କରେ ସର୍ବପ୍ରଥମେ ଦୁଇ ଦିନ ତଳେ ଇଟିଭି ଭାରତରେ ଖବର ପ୍ରସାରଣ ହୋଇଥିଲା ।
ଶହଶହ ଗରିବ ଖଟିଖିଆ ଶ୍ରମିକଙ୍କୁ ଶ୍ରମକାର୍ଡ ନାଁରେ ଠକେଇ ହୋଇଥିବା ଶନିବାର ଜିଲ୍ଲା ଶ୍ରମ ବିଭାଗ ସ୍ପଷ୍ଟ କରିଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ କିଛି ଲୋକ ଶ୍ରମକାର୍ଡ କରି ଦେବାକୁ କହି 700 ଟଙ୍କା କାର୍ଡ ପିଛା ଆଦାୟ କରିଥିଲେ । ନକଲି କାର୍ଡ ମଧ୍ୟ ଶ୍ରମିକମାନଙ୍କୁ ପ୍ରଦାନ କଲେ । କିନ୍ତୁ କାର୍ଡର ବୈଧତା ତଥା ଦଲାଲଙ୍କ ସମ୍ପର୍କରେ ଗତ ଦୁଇ ଦିନ ତଳେ ଇଟିଭି ଭାରତରେ ଖବର ପ୍ରସାରଣ ପରେ ସମସ୍ତେ ଚିନ୍ତାରେ ପଡିଯାଇଥିଲେ ।