ବୌଦ୍ଧ:କୋରୋନାର ତୃତୀୟ ଲହରକୁ ନେଇ ସରକାରୀ ସ୍ତରରେ କୌଣସି ସୂଚନା ଦିଆଯାଇ ନଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ତେବେ ବୌଦ୍ଧ ଜିଲ୍ଲାରେ ବର୍ତ୍ତମାନ ସମୟରେ କୋଭିଡର ତୃତୀୟ ଲହରକୁ ନେଇ କୌଣସି ସୂଚନା ନଥିଲେ ମଧ୍ୟ କେତେକ ଶିଶୁ ଏହାଦ୍ବାରା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି ।
ସେପଟେ ତୃତୀୟ ଲହର ପୂର୍ବରୁ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ ଦୁଇ ଜଣ ବିଶେଷଜ୍ଞ ଜିଲ୍ଲା ଗସ୍ତ କରି ଏନେଇ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି । ଜିଲ୍ଲାର ଟୀକାକରଣ ଠାରୁ ଆରମ୍ଭ କରି ଆରଟି ପିସିଆର ଟେଷ୍ଟ ପର୍ଯ୍ୟନ୍ତ ସବୁ ଦିଗ ସମ୍ପର୍କରେ ସିଡିଏମଓ ସୂଚନା ଦେଇଛନ୍ତି ।