ଓଡିଶା

odisha

ETV Bharat / state

ଅନ୍ଧବିଶ୍ବାସର ଅନ୍ଧଗଳି, ସ୍ବାମୀଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଲା ପତ୍ନୀଙ୍କ ପ୍ରେତାତ୍ମା - ghost of the wife

ଆଧୁନିକତାର ସର୍ବୋଗ୍ରେ ରହି ମଣିଷ ଏବେ ବି ଗୁଣି ଗାରେଡି, ଅନ୍ଧବିଶ୍ବାସରେ ଆସ୍ଥା ରଖିଛି। ଯାହାର ଉଦାହରଣ ଦେଖିବାକୁ ମିଳିଛି ବୌଦ୍ଧରେ। ସ୍ବାମୀଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଲା ପତ୍ନୀଙ୍କ ପ୍ରେତାତ୍ମା। ତେବେ ମଣିଷ ଆଜି ମଧ୍ୟ ଏହି ଭୌତିକ କାଣ୍ଡର ସତ୍ୟତାକୁ ଅନୁଭବ କରୁଛନ୍ତି ।

ଅନ୍ଧବିଶ୍ବାସର ଅନ୍ଧଗଳି, ସ୍ବାମୀଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଲା ପତ୍ନୀଙ୍କ ପ୍ରେତାତ୍ମା
ଅନ୍ଧବିଶ୍ବାସର ଅନ୍ଧଗଳି, ସ୍ବାମୀଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଲା ପତ୍ନୀଙ୍କ ପ୍ରେତାତ୍ମା

By

Published : Jun 26, 2020, 12:02 PM IST

ବୌଦ୍ଧ: ଅଭାଗା ପରିବାର ପାଇଁ ଅଶୁଭ ପାଲଟିଛି ଶୁକ୍ରବାର । ଦୁଇ ବର୍ଷ ତଳେ ଏଭଳି ଶୁକ୍ରବାରରେ ପତ୍ନୀ ଆରପାରିକୁ ଯାଇଥିଲେ । ଏବେ ତାଙ୍କ ଅତୃପ୍ତ ଆତ୍ମା ସ୍ବାମୀଙ୍କୁ ସେହି ଶୁକ୍ରବାର ରେ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇ ଥିଲେ । ଏଭଳି କିଛି ଭୌତିକ କାଣ୍ଡ ସମ୍ପର୍କରେ ମୃତକଙ୍କ ଭାଇ ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।

ଅନ୍ଧବିଶ୍ବାସର ଅନ୍ଧଗଳି, ସ୍ବାମୀଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଲା ପତ୍ନୀଙ୍କ ପ୍ରେତାତ୍ମା

ସୂଚନା ଅନୁସାରେ, ଗତ ଶୁକ୍ରବାର ଦିନ ଅପରାହ୍ନରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଠାରୁ କିଛି ମିଟର ଦୂରରେ ଜଣେ ଯୁବକ ହଠାତ ଆତ୍ମହତ୍ୟା କରିଛନ୍ତି । ମୃତକ ଯୁବକ ଅଲେଖ ମେହେରଙ୍କ ସେଭଳି କୌଣସି ଅସୁବିଧା ନଥିଲା । କିନ୍ତୁ ଯୁବକ ଜଣଙ୍କ ଏଭଳି ପଦକ୍ଷେପ ନେବା ପଛରେ ଏକ ଭୌତିକ କାଣ୍ଡ ରହିବା ସମ୍ପର୍କରେ ମୃତକଙ୍କ ଭାଇ ସୂଚନା ଦେଇଛନ୍ତି ।

ଅନ୍ଧବିଶ୍ବାସର ଅନ୍ଧଗଳି, ସ୍ବାମୀଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଲା ପତ୍ନୀଙ୍କ ପ୍ରେତାତ୍ମା

ତେବେ ମୃତକ ଅଲେଖଙ୍କ ପତ୍ନୀ ଗତ ଦୁଇ ବର୍ଷ ତଳେ ଏଭଳି ଏକ ଶୁକ୍ରବାର ଦିନ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଥିଲେ । ସେବେଠାରୁ ଉକ୍ତ ମହିଳାଙ୍କ ପ୍ରେତାତ୍ମା ନିଜ ପରିବାରର ବିଭିନ୍ନ ଲୋକଙ୍କ ଉପରେ ସବାର ହେବାରୁ ଅନେକ ଥର ଗୁଣିଆ ଡକାଯାଇ ଏହାର ପ୍ରତିକାର କରାଯାଇଥିଲା ।

କିନ୍ତୁ ଶେଷରେ ଏଭଳି ନିଷ୍ପତ୍ତି ଗ୍ରହଣ କରିବାକୁ କୁଆଡେ ପ୍ରେତାତ୍ମା ଅଲେଖଙ୍କୁ ବାଧ୍ୟ କରିଥିଲା । ବିଶ୍ୱାସ, ଅବିଶ୍ୱାସ ତଥା ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ମଣିଷ ଆଜି ମଧ୍ୟ ଏହି ଭୌତିକ କାଣ୍ଡର ସତ୍ୟତାକୁ ଅନୁଭବ କରୁଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details