ଓଡିଶା

odisha

ETV Bharat / state

ଶ୍ରମିକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଶ୍ରମ କାର୍ଯ୍ୟାଳୟ ଘେରିଲା ଏଆଇଟିୟୁସି - Boudh Aituc

ସରକାରୀ ଯୋଜନା ଅନୁଯାୟୀ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଛନ୍ତି ଜିଲ୍ଲାବାସୀ । ଏନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରତ ଏଆଇଟିୟୁସି । ଅଧିକ ପଢନ୍ତୁ...

ଶ୍ରମିକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଶ୍ରମ କାର୍ଯ୍ୟାଳୟ ଘେରିଲା ଏଆଇଟିୟୁସି
ଶ୍ରମିକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଶ୍ରମ କାର୍ଯ୍ୟାଳୟ ଘେରିଲା ଏଆଇଟିୟୁସି

By

Published : Aug 2, 2021, 10:07 PM IST

ବୌଦ୍ଧ: ଜିଲ୍ଲାରେ ନିର୍ମାଣ ଶ୍ରମିକଙ୍କ ନାନାଦି ସମସ୍ୟାକୁ ନେଇ ଶ୍ରମିକ ସଙ୍ଗଠନ ଶ୍ରମ କାର୍ଯ୍ୟାଳୟ ଅଫିସକୁ ଘେରାଉ କରିଛି। ବୌଦ୍ଧ ଜିଲ୍ଲାରେ ପଚାଶ ହଜାରରୁ ଊର୍ଦ୍ଧ୍ବ ନିର୍ମାଣ ଓ ଅନ୍ୟାନ୍ୟ ବର୍ଗର ଶ୍ରମିକ ରହିଥିଲେ ମଧ୍ୟ ସେମାନଙ୍କୁ ଏ ପର୍ଯ୍ୟନ୍ତ ଚିହ୍ନଟ କରାଯାଇ ପାରିନାହିଁ । ଅତ୍ୟନ୍ତ ଧନୀକ ଶ୍ରେଣୀର ତଥା ଗୋଟିଏ ପରିବାରରୁ ଚାରିରୁ ପାଞ୍ଚ ଜଣ ଏଭଳି ଶ୍ରମିକ କାର୍ଡ ହାତେଇଥିବାବେଳେ ଶ୍ରମ ବିଭାଗ କେବଳ ନୀରବ ଦ୍ରଷ୍ଟା ସାଜିଛି ।

ଶ୍ରମିକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଶ୍ରମ କାର୍ଯ୍ୟାଳୟ ଘେରିଲା ଏଆଇଟିୟୁସି

ଏପରିକି ସରକାରୀ ଯୋଜନା ମୁତାବକ ଶ୍ରମିକଙ୍କ ପରିବାରକୁ ଶିକ୍ଷା, ବିବାହ ଓ ମୃତ୍ୟୁକାଳୀନ ସହାୟତା ଦୀର୍ଘ ଦିନ ଧରି ପ୍ରଦାନ କରାଯାଉ ନଥିବା ଅଭିଯୋଗ ହୋଇଛି । ଆଉ ଏହାର ପ୍ରତିବାଦରେ ଆଜି(ସୋମବାର) ଜିଲ୍ଲା ଏଆଇଟିୟୁସି ଶ୍ରମିକ ସଂଗଠନ ପକ୍ଷରୁ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା ।

ଶେଷରେ ଶ୍ରମ ଅଧିକାରୀ ଅଗଷ୍ଟ ମାସ ଶେଷ ସୁଦ୍ଧା ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ଦେବାପରେ ଗଣଧାରଣାକୁ ସାମୟିକଭାବେ ସ୍ଥଗିତ ରଖାଯାଇଛି । ତେବେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଉପାନ୍ତ ପଞ୍ଚାୟତରେ ପ୍ରକୃତ ଶ୍ରମିକ ଚିହ୍ନଟ ହୋଇନପାରିବା ତଥା ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା ଶ୍ରମ ବିଭାଗର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।



ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details