ଓଡିଶା

odisha

ETV Bharat / state

କିନ୍ନରଙ୍କୁ ମୁଖ୍ୟସ୍ରୋତରେ ସାମିଲ ପାଇଁ ପ୍ରଶାସନର ଉଦ୍ୟମ - efforts to transgender in mainstream of society

ସମାଜର ମୁଖ୍ୟ ଧାରାରେ ତୃତୀୟ ଲିଙ୍ଗ ବା କିନ୍ନର ମାନଙ୍କୁ ସାମିଲ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ବୌଦ୍ଧ ଜିଲ୍ଲାରେ ଷାଠିଏରୁ ଉର୍ଦ୍ଧ୍ବ କିନ୍ନର ରହିଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ 14 ଜଣ କିନ୍ନରଙ୍କୁ ଚିହ୍ନଟ କରାଯାଇ ପରିଚୟପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ସମାଜର ମୁଖ୍ୟ ଧାରାରେ କିନ୍ନରଙ୍କୁ ସାମିଲ ପାଇଁ ପ୍ରଶାସନର ଉଦ୍ୟମ
ସମାଜର ମୁଖ୍ୟ ଧାରାରେ କିନ୍ନରଙ୍କୁ ସାମିଲ ପାଇଁ ପ୍ରଶାସନର ଉଦ୍ୟମ

By

Published : Aug 19, 2021, 6:47 PM IST

ବୌଦ୍ଧ: ସମାଜର ମୁଖ୍ୟ ଧାରାରେ ତୃତୀୟ ଲିଙ୍ଗ ବା କିନ୍ନର ମାନଙ୍କୁ ସାମିଲ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।ବୌଦ୍ଧ ଜିଲ୍ଲାରେ ଷାଠିଏରୁ ଉର୍ଦ୍ଧ୍ବ କିନ୍ନର ରହିଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ 14 ଜଣ କିନ୍ନରଙ୍କୁ ଚିହ୍ନଟ କରାଯାଇ ପରିଚୟପତ୍ର ପ୍ରଦାନ କରାଯାଇଛି । ଏହାଦ୍ବାରା କିନ୍ନର ମାନେ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ସାମିଲ ହୋଇପାରିବେ ବୋଲି ଆଶା କରାଯାଉଛି ।

ସମାଜର ମୁଖ୍ୟ ଧାରାରେ କିନ୍ନରଙ୍କୁ ସାମିଲ ପାଇଁ ପ୍ରଶାସନର ଉଦ୍ୟମ

ଏଥିରେ ସେମାନେ ସାମାଜିକ ସୁରକ୍ଷା ଅନ୍ତର୍ଗତ ଭତ୍ତା ଠାରୁ ଆରମ୍ଭ କରି ଗୋଷ୍ଠୀଋଣ ପର୍ଯ୍ୟନ୍ତ ସବୁକିଛି ସରକାରୀ ସହାୟତା ପାଇପାରିବେ ବୋଲି ସୂଚନା ମିଳିଛି । ସେପଟେ ଆସନ୍ତାକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମଦିନ ଉପଲକ୍ଷେ ଗୁରୁବାର ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ସଦଭାବନା ଦିବସର ଶପଥ ପାଠ କରିଥିଲେ ।

ଆସନ୍ତା କାଲି ମୋହରମ ଉପଲକ୍ଷେ ସରକାରୀ ଛୁଟି ଥିବାରୁ ଗୁରୁବାର ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଉପସ୍ଥିତ ସମସ୍ତ ସରକାରୀ କର୍ମଚାରୀଙ୍କୁ ଏହି ଶପଥ ପାଠ କରାଇଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details