ଓଡିଶା

odisha

ETV Bharat / state

ଟାଟା ପାୱାରର ମନୋମୁଖୀ କାର୍ଯ୍ୟ ! ଅସନ୍ତୋଷ ଅସ୍ଥାୟୀ କର୍ମଚାରୀ

ବୌଦ୍ଧ ଜିଲ୍ଲାର ବାଉଶୁଣୀ ଅଞ୍ଚଳରେ ବିଦ୍ୟୁତ୍‌ ବିଭାଗର ଅସ୍ଥାୟୀ କର୍ମଚାରୀ ଅତ୍ୟାଚାରର ଶିକାର ହେଉଥିବା ନେଇ ଅଭିଯୋଗ । ଅଧିକ ପଢନ୍ତୁ

By ETV Bharat Odisha Team

Published : Oct 18, 2023, 5:16 PM IST

ଟାଟା ପାଓ୍ବାରର ମନୋମୁଖୀ କାର୍ଯ୍ୟ
ଟାଟା ପାଓ୍ବାରର ମନୋମୁଖୀ କାର୍ଯ୍ୟ

ଟାଟା ପାଓ୍ବାରର ମନୋମୁଖୀ କାର୍ଯ୍ୟ

ବୌଦ୍ଧ:ବିଦ୍ୟୁତ୍‌ ବିଭାଗରେ କାମ କରୁଥିବା ବେଳେ ଚାଲିଯାଇଥିଲା ବାପାଙ୍କ ଜୀବନ । ଆଉ ବର୍ତ୍ତମାନ ପୁଅ ଉକ୍ତ ବିଦ୍ୟୁତ ବିଭାଗର ଅସ୍ଥାୟୀ କର୍ମଚାରୀ ଥିବା ବେଳେ ଟାଟା ପାଓ୍ବାରର ଅତ୍ୟାଚାରର ଶିକାର ହେଉଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲାର ବାଉଶୁଣୀ ଅଞ୍ଚଳରୁ ।

ତେବେ ଟାଟା ପାଓ୍ବାରର ବିଦ୍ୟୁତ ଦର ବୃଦ୍ଧି ଓ କର୍ମଚାରୀଙ୍କୁ ହଇରାଣ କରୁଥିବା ନେଇ ସବୁବେଳେ ଚର୍ଚ୍ଚା ଲାଗି ରହୁଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଟାଟା କମ୍ପାନୀକୁ ବିଦ୍ୟୁତ ବିଭାଗ ହସ୍ତାନ୍ତର ପରେ ସାଧାରଣ ଉପଭୋକ୍ତା ଅତିଷ୍ଠ ହୋଇ ପଡିଛନ୍ତି । ବିଦ୍ୟୁତ ଦର ବୃଦ୍ଧି ସମସ୍ତଙ୍କୁ ଚିନ୍ତିତ କରିଥିବା ବେଳେ ବୌଦ୍ଧ ଜିଲ୍ଲାରେ ଆଜି ମଧ୍ୟ ଶତ ପ୍ରତିଶତ ଗ୍ରାମକୁ ବିଜୁଳି ସଂଯୋଗ ସାମାନ୍ୟ ହୋଇ ପାରିନାହିଁ । ଯେଉଁ ଦୁର୍ଗମ ଅଞ୍ଚଳରେ ଟ୍ରାନ୍ସଫର୍ମର ପୋଡ଼ି ଯାଉଛି କିମ୍ବା ଅନ୍ୟ କିଛି ସମସ୍ୟାରୁ ବିଦ୍ୟୁତ କାଟ ହେଉଛି ସେହି ଅଞ୍ଚଳର ଅଧିବାସୀ ମାସ ମାସ ଧରି ବିଦ୍ୟୁତ ସେବାରୁ ବଞ୍ଚିତ ହେଉଛନ୍ତି । ଏହାରି ମଧ୍ୟରେ ଜିଲ୍ଲାରେ ଟାଟା ପାଓ୍ବାରର କର୍ମଚାରୀଙ୍କ ପ୍ରତି ଅତ୍ୟାଚାର ହେଉଥିବା ଅଭିଯୋଗ ଆସିଛି ।

ବାଉଶୁଣୀ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ବିଦ୍ୟୁତ ବିଭାଗରେ କାମ କରୁଥିବା ଜଣେ ସ୍ଥାୟୀ କର୍ମଚାରୀ ଗତ ୨୦୦୯ ମସିହାରେ କାର୍ଯ୍ୟ କରୁଥିବା ସମୟରେ ବିଦ୍ୟୁତ ସମ୍ପର୍କରେ ଆସି ମୃତ୍ୟୁବରଣ କରିଥିଲେ । ପରେ ମୃତକଙ୍କ ପୁଅକୁ ବିଦ୍ୟୁତ ବିଭାଗରେ ଅସ୍ଥାୟୀ ଚାକିରି ମିଳିଥିଲା । କିନ୍ତୁ ବର୍ତ୍ତମାନ ଉକ୍ତ ଯୁବକ ୧୩ ବର୍ଷ ଧରି କାମ କରିବାର ଦକ୍ଷତା ତଥା ବିଭାଗୀୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସତ୍ତ୍ଵେ ଟାଟା ପାଓ୍ବାର ଅଧିକାରୀମାନେ ତାଙ୍କୁ ପକ୍ଷପାତିତା କରୁଛନ୍ତି । ଏଥିସହ ଅନ୍ୟ କନିଷ୍ଠ କର୍ମଚାରୀଙ୍କୁ ଚୟନ କରୁଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଯୁବକ ଜଣକ ବାରମ୍ବାର ଦୌଡ଼ିବା ସହିତ ଅଧିକାରୀଙ୍କ ଗୋଡ ତଳେ ପଡି ନେହୁରା ହେଲେ ମଧ୍ୟ ଏନେଇ କୌଣସି ସୁଫଳ ମିଳୁନାହିଁ ।

ଏହା ମଧ୍ୟ ପଢନ୍ତୁ- ଟାଟା ବିଦ୍ୟୁତ୍ ମ୍ୟାନେଜମେଣ୍ଟକୁ ବିରୋଧ, ବିଦ୍ୟୁତ୍ କର୍ମଚାରୀ ମହାସଂଘର ବିକ୍ଷୋଭ ପ୍ରଦର୍ଶନ

ଏନେଇ ବୌଦ୍ଧ ଟାଟା ପାଓ୍ବାର ନିର୍ବାହୀ ଯନ୍ତ୍ରୀ ଆମ ହାତରେ କିଛି ନାହିଁ ବୋଲି ସୂଚନା ଦେବା ସହିତ ହାତ ଟେକି ଦେଇଛନ୍ତି । ଫଳରେ ବର୍ତ୍ତମାନ ଲାଇନ୍ ମ୍ୟାନ ଯୁବକ ଜଣକ ଅତ୍ୟନ୍ତ ଅସହାୟ ହୋଇ ପଡିଛନ୍ତି । ସେହିପରି ବିଭିନ୍ନ ସମୟରେ ଟାଟା ପାଓ୍ବାରର ବିଦ୍ୟୁତ ସେବା ନାଁରେ ଉପଭୋକ୍ତାଙ୍କୁ ଆର୍ଥିକ ଶୋଷଣ କରୁଥିବା ନେଇ ଅଭିଯୋଗ ହୋଇ ଆସୁଛି । ବିଦ୍ୟୁତ ଦେବା ଅପେକ୍ଷା ବିଲ ସଂଗ୍ରହକୁ ଅଧିକ ଗୁରୁତ୍ଵ ପ୍ରଦାନ କରୁଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details