ବୌଦ୍ଧ:ଜିଲ୍ଲା ସଦର ମହକୁମାରେ ଅନେକ ମନ୍ଦିର ରହିଥିବା ବେଳେ ତାହା ଅବହେଳିତ ଅବସ୍ଥାରେ ରହିଥିଲା । ତେବେ ବୁଧବାର ମନ୍ଦିରର ବିକାଶ ପାଇଁ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ । ମନ୍ଦିରର ବିକାଶ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।
ମଠ ମନ୍ଦିରର ଜିଲ୍ଲାରେ ଅବହେଳିତ ଅବସ୍ଥାରେ ଅନେକ ପ୍ରାଚୀନ ଧାର୍ମିକ ପୀଠ ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି କେତେକ ମନ୍ଦିରର ବିକାଶ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନେକ ଐତିହ୍ୟ ପୂର୍ଣ୍ଣ ତଥା ପ୍ରାଚୀନ ମନ୍ଦିର ରହିଛି । ବୌଦ୍ଧର ରାମେଶ୍ୱର ମନ୍ଦିର, ଗନ୍ଧରାଡିର ହରିହର ମନ୍ଦିର ଓ ବୌଦ୍ଧ କିର୍ତ୍ତୀରାଜି ସହିତ ଦେବୋତ୍ତର ବିଭାଗ ଅଧିନରେ ଅନେକ ମନ୍ଦିର ରହିଛି । କିନ୍ତୁ ଅନେକ ମନ୍ଦିରରେ ପରିଚାଳନା କମିଟି ଠାରୁ ନେଇ ପାରିପାର୍ଶ୍ବିକ ବିକାଶରେ ବ୍ୟାପକ ସମସ୍ୟା ରହିଆସିଛି । ଏହାକୁ ଦୃଷ୍ଟିରେ ରଖି ବୁଧବାର ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ବୌଦ୍ଧ ସହରର ଦେବୋତ୍ତର ବିଭାଗ ଅଧିନରେ ଥିବା ମନ୍ଦିରର କର୍ମକର୍ତ୍ତାଙ୍କ ସହିତ ବିଚାର ବିମର୍ଷ କରିବା ସହିତ ଏସବୁ ପ୍ରାଚୀନ ମନ୍ଦିର ଓ ବୌଦ୍ଧ କିର୍ତ୍ତୀରାଜିର ବିକାଶ ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶ ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ: ସନ୍ଥ ତୁକାରାମଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ମାଗିଲେ ଧିରେନ୍ଦ୍ର ଶାସ୍ତ୍ରୀ