ଓଡିଶା

odisha

By

Published : Feb 16, 2020, 11:20 AM IST

ETV Bharat / state

ସଡକ ଦୁର୍ଘଟଣାରେ ପ୍ରଧାନଶିକ୍ଷକ ମୃତ

ସଡକ ଦୁର୍ଘଟଣାରେ ଗୁରୁତର ହୋଇଥିବା ପ୍ରଧାନଶିକ୍ଷକଙ୍କୁ ବୁର୍ଲା ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ବୁର୍ଲାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ହରଭଙ୍ଗା ଅଞ୍ଚଳର ଜଣେ କୃତି ଶିକ୍ଷକ ହୋଇଥିବାରୁ ବିୟୋଗରେ ଶୋକର ଛାୟା ଖେଳିଯାଇଛି । ଅଧିକ ପଢନ୍ତୁ...

teacher death in road accident
ସଡକ ଦୁର୍ଘଟଣାରେ ପ୍ରଧାନଶିକ୍ଷକଙ୍କ ମୃତ

ବୌଦ୍ଧ: ସଡକ ଦୁର୍ଘଟଣାରେ ପ୍ରଧାନଶିକ୍ଷକଙ୍କ ମୃତ । ଦୁର୍ଘଟଣା ଘଟାଇ ଥିବା ମିନି ଟ୍ରକକୁ ପୋଲିସ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଖରଭୂଇଁ ନିକଟରେ ଶନିବାର ଘଟିଛି ଏକ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଛତ୍ରଙ୍ଗ ସରସ୍ବତୀ ଶିଶୁ ମନ୍ଦିରର ପ୍ରଧାନ ଶିକ୍ଷକଙ୍କ ମୃତ୍ୟୁ ହୋଇଛି ।

ସଡକ ଦୁର୍ଘଟଣାରେ ପ୍ରଧାନଶିକ୍ଷକଙ୍କ ମୃତ

ଖବର ମୁତାବକ ବୌଦ୍ଧ ଜିଲ୍ଲାର ଶଙ୍କୁଳେଇ ଗ୍ରାମର ଚତୁର୍ଭୁଜ ଚାଉଳିଆ ନିଜ ପୁଅକୁ ସ୍କୁଲକୁ ଛାଡିବା ପାଇଁ ଖରଭୂଇଁ ଆଡକୁ ନିଜ ବାଇକ ଯୋଗେ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ମିନି ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଗୁରୁତର ଅବସ୍ଥାରେ ଚତୁର୍ଭୁଜଙ୍କୁ ଉଦ୍ଧାର କରାଯାଇ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବୌଦ୍ଧରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ବୁର୍ଲାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଦୁର୍ଘଟଣାରେ ସୌଭାଗ୍ୟବଶତଃ ତାଙ୍କ ପୁଅ ବଞ୍ଚି ଯାଇଥିବା ବେଳେ ଦୁର୍ଘଟଣା ଘଟାଇ ଥିବା ମିନି ଟ୍ରକକୁ ହରଭଙ୍ଗା ପୋଲିସ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି । ଅଞ୍ଚଳର ଜଣେ କୃତି ଶିକ୍ଷକ ହୋଇଥିବାରୁ ଚତୁର୍ଭୁଜଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details