ଓଡିଶା

odisha

ETV Bharat / state

Tata Power: ଟାଟା ପାୱାର ବିରୋଧରେ ବଢୁଛି ଜନଅସନ୍ତୋଷ, ବୌଦ୍ଧରେ ଆନ୍ଦୋଳନ ପାଇଁ ସଜବାଜ - ବୌଦ୍ଧ ନ୍ୟୁଜ

ଟାଟା ପାୱାରର ଦୌରାତ୍ମ୍ୟରେ ଅତିଷ୍ଠ ବିଦ୍ୟୁତ ଉପଭୋକ୍ତା । ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

Tata Power
Tata Power

By

Published : Jul 22, 2023, 2:08 PM IST

Tata Power

ବୌଦ୍ଧ: ଉପଭୋକ୍ତାଙ୍କୁ ଉପଯୁକ୍ତ ବିଦ୍ୟୁତ ସେବା ଯୋଗାଇବା ଲକ୍ଷ୍ୟରେ ସରକାର ଟାଟା ପାଓ୍ବାର ଉପରେ ଦାୟିତ୍ଵ ନ୍ୟସ୍ତ କରିଥିଲେ । କିନ୍ତୁ ବର୍ତ୍ତମାନ ଟାଟା ପାୱାରର ଦୌରାତ୍ମ୍ୟରେ ଅତିଷ୍ଠ ବିଦ୍ୟୁତ ଉପଭୋକ୍ତା । ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବୌଦ୍ଧ ଜିଲ୍ଲାରେ ଟାଟା ପାଓ୍ବାର ସାଉଥକୋ ନିକଟରୁ ଦାୟିତ୍ଵ ଗ୍ରହଣ ପରେ କେତେକ ସଂସ୍କାର ଆଣିବାକୁ ଚେଷ୍ଟା କରିଥିଲା । ଅଧିକାଂଶ ମିଟର ପରିବର୍ତ୍ତନ ସହିତ ଟ୍ରାନ୍ସଫର୍ମର ସୁରକ୍ଷା ଭଳି କେତେକ ପଦକ୍ଷେପ ଗ୍ରହଣ କରିଥିଲା । କିନ୍ତୁ ଅଧିକାଂଶ ସ୍ଥାନରେ ବିଦ୍ୟୁତ ସେବାରେ ମନୋନିବେଶ ଅପେକ୍ଷା ଗ୍ରାହକ ଶୋଷଣ କରୁଥିବା ନେଇ ବର୍ତ୍ତମାନ ଅଭିଯୋଗ ହୋଇଛି ।

ଆବଶ୍ୟକତା ଠାରୁ ଢେର ଅଧିକ ବିଦ୍ୟୁତ ବିଲ ତଥା ଅଭିଯୋଗର ସତ୍ୟତା ଯାଞ୍ଚ କରା ନଯିବା ଦ୍ବାରା ଗ୍ରାହକମାନେ ବେଶ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ବିଦ୍ୟୁତ ସେବା କେନ୍ଦ୍ର ଗୁଡିକ ଗ୍ରାହକ ଶୋଷଣ କେନ୍ଦ୍ର ପାଲଟିଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆବଶ୍ୟକତା ଠାରୁ ପୁରୁଣା ବିଦ୍ୟୁତ ତାର ପରିବର୍ତ୍ତନ କରା ନ ଯିବାରୁ ଅନେକ ସମୟରେ ବିଦ୍ୟୁତ ଅଘଟଣ ଘଟି ଧନଜୀବନ କ୍ଷତି ହେବାରେ ଲାଗିଛି । ଏହାଛଡା କମ୍ପାନୀର ଶ୍ରମିକ ଶୋଷଣ ନିତି ଯୋଗୁଁ ଅଧିକାଂଶ ସମୟରେ ବିଦ୍ୟୁତ କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବର୍ଷା ଦିନେ ଉତ୍ତମ ବିଦ୍ୟୁତ ସେବା ପାଇଁ TPWODLର ପ୍ରସ୍ତୁତି, ସବୁ କର୍ମଚାରୀଙ୍କ ଛୁଟି ବାତିଲ

ସେହିପରି ଜିଲ୍ଲାର ଅଧିକାଂଶ ସ୍ଥାନରେ ଅଘୋଷିତ ବିଦ୍ୟୁତ କାଟ ଏକ ସାଧାରଣ କଥା ହୋଇଥିବା ବେଳେ ଗ୍ରାହକ ମାନଙ୍କ କୌଣସି ଅଭିଯୋଗକୁ ଟାଟା ପାୱାର ଶୁଣିବାକୁ ସତେ ଯେପରି ନାରାଜ ହେଉଛି । ଜିଲ୍ଲାରେ ଟାଟା ପାୱାରର ମନୋନୀତ କାର୍ଯ୍ୟ ଯୋଗୁଁ ସାଧାରଣ ଲୋକମାନେ ଅତିଷ୍ଠ ହୋଇ ପଡ଼ିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ସରକାରଙ୍କ ପ୍ରକୃତ ସେବା ଅର୍ଥ କାର୍ଯ୍ୟରେ ଲାଗୁନାହିଁ । ଓଡ଼ିଶା ସରକାର ଟାଟା ପାୱାରକୁ କୋଟି କୋଟି ଟଙ୍କାର ସହାୟତା ଯୋଗାଇ ଦେଇଥିବା ବେଳେ କମ୍ପାନୀ କର୍ତ୍ତୃପକ୍ଷଙ୍କ ଗ୍ରାହକ ଶୋଷଣ ନୀତି ଦ୍ବାରା ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଥି ସହିତ ଆଗାମୀ ଦିନରେ ଆନ୍ଦୋଳନକୁ ବିଦ୍ୟୁତ ଉପଭୋକ୍ତା ଓହ୍ଲାଇବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details