ବୌଦ୍ଧ : ବାଲ୍ୟବିବାହ ମୁକ୍ତ ବ୍ଲକ ଗଠନ ଉଦ୍ଦେଶ୍ୟରେ ଗଠିତ ହେଲା ବ୍ଲକ ସ୍ତରୀୟ ଟାସ୍କଫୋର୍ସ କମିଟି । ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକରେ ଅଠର ବର୍ଷରୁ କମ ନାବାଳିକା ବିବାହ ଉଦବେଗ ଜନକ ରହିଥିବା ବେଳେ ଏହାକୁ ରୋକିବାକୁ ପ୍ରଶାସନିକ ସ୍ତରରେ ବିଗତ କିଛି ଦିନ ହେଲା ଉଦ୍ୟମ ଆରମ୍ଭ ହୋଇଛି । କଣ୍ଟାମାଳ ବ୍ଲକର ସମୁଦାୟ 24ଟି ପଞ୍ଚାୟତରେ ଏଭଳି ସାମାଜିକ କୁସଂସ୍କାର ଦୂର କରିବାକୁ ବ୍ଲକ ସ୍ତରରେ ପ୍ରଚେଷ୍ଟା ଆରମ୍ଭ ହୋଇଛି ।
ବ୍ଲକରେ ବାଲ୍ୟବିବାହ ମୁକ୍ତ ପାଇଁ ଗଠନ ହେଲା ଟାସ୍କଫୋର୍ସ କମିଟି - ବାଲ୍ୟବିବାହ ମୁକ୍ତ ପାଇଁ ଗଠନ ହେଲା ଟାସ୍କଫୋର୍ସ କମିଟି
ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକରେ ବାଲ୍ୟବିବାହ ରୋକିବାକୁ ଗଠିତ ହେଲା ବ୍ଲକ ସ୍ତରୀୟ ଟାସ୍କଫୋର୍ସ କମିଟି । ବ୍ଲକର ସମସ୍ତ ଗ୍ରାମକୁ ବାଲ୍ୟବିବାହ ମୁକ୍ତ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ପଚାଶଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ କରିବାକୁ ଅଣ୍ଟା ଭିଡିଛି ପ୍ରଶାସନ । ଅଧିକ ପଢନ୍ତୁ...
ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ବାଲ୍ୟବିବାହ ମୁକ୍ତ ପାଇଁ ଗଠନ ହେଲା ଟାସ୍କଫୋର୍ସ କମିଟି
ବ୍ଲକକୁ ବାଲ୍ୟବିବାହ ମୁକ୍ତ ପାଇଁ ବ୍ଲକ ଅଧ୍ୟକ୍ଷ, ବିଡ଼ିଓ ଏବଂ ସିଡିପିଓ ପ୍ରମୁଖଙ୍କୁ ନେଇ ଏକ ଟାସ୍କଫୋର୍ସ କମିଟି ଗଠନ ହୋଇଥିବା ବେଳେ ପଞ୍ଚାୟତ ସ୍ତରରେ ମଧ୍ୟ କମିଟି ଗଠନ ହୋଇଛି । ପ୍ରଥମ ପର୍ଯ୍ୟାୟରେ ବ୍ଲକର 50ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏନେଇ ରହିଥିବା କଡା ଆଇନ ତଥା ବ୍ୟବସ୍ଥା ସମ୍ପର୍କରେ କଣ୍ଟାମାଳ ସିଡିପିଓ ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ