ଓଡିଶା

odisha

ETV Bharat / state

ବୌଦ୍ଧ ଜିଲ୍ଲା ତହସିଲଙ୍କ କାର୍ଯ୍ୟାଳୟ ଘେରିଲେ ଭାରତୀୟ କିଷାନ ସଂଘ - ତହସିଲ କାର୍ଯ୍ୟାଳୟ ଘେରିଲା ଭାରତୀୟ କିଷାନ ସଂଘ

ବିଭିନ୍ନ ଦାବି ନେଇ ଭାରତୀୟ କିଷାନ ସଂଘ ତହସିଲଙ୍କ କାର୍ଯ୍ୟାଳୟ ଘେରିଛି । ଆନ୍ଦୋଳନ ସହିତ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

tahasil office gherau by framers team
ବୌଦ୍ଧ ଜିଲ୍ଲା ତହସିଲଙ୍କ କାର୍ଯ୍ୟାଳୟ ଘେରିଲେ ଭାରତୀୟ କିଷାନ ସଂଘ

By

Published : Mar 8, 2020, 4:10 AM IST

ବୌଦ୍ଧ: ଜିଲ୍ଲା ଭାରତୀୟ କିଷାନ ସଂଘ ପକ୍ଷରୁ ଶନିବାର ବିଭିନ୍ନ ଦାବି ନେଇ ହରଭଙ୍ଗା ତହସିଲ କାର୍ଯ୍ୟାଳୟ ଘେରାଉ କରାଯାଇଛି । ହରଭଙ୍ଗା ତହସିଲ ଅନ୍ତର୍ଗତ ଧଳପୁର ରାଜସ୍ବ କାର୍ଯ୍ୟାଳୟରେ ବ୍ୟାପକ ଅନିୟମିତତା ହୋଇଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ।

ବୌଦ୍ଧ ଜିଲ୍ଲା ତହସିଲଙ୍କ କାର୍ଯ୍ୟାଳୟ ଘେରିଲେ ଭାରତୀୟ କିଷାନ ସଂଘ

ବିଶେଷ ଭାବରେ ଜିଲ୍ଲାର ଅନ୍ୟ ସ୍ଥାନରେ "ପେଥେଇ" ବାତ୍ୟାର କ୍ଷୟକ୍ଷତି ଅର୍ଥ ପ୍ରଦାନ କରାଯାଇଥିବା ବେଳେ ଧଳପୁରରେ ଜନୈକ ଆର ଆଇ ଏ ନେଇ ବ୍ୟାପକ ଅନିୟମିତତା କରିଥିବା ଅଭିଯୋଗ ହୋଇଛି ।

ଏଥି ସହିତ ବିଭିନ୍ନ ଧାନ ମଣ୍ଡିର ଅବ୍ୟବସ୍ଥା ଓ ମହାନଦୀରୁ ଜଳସେଚନ ପାଇଁ ସରକାରଙ୍କ ମେଗା ପ୍ରକଳ୍ପକୁ ନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛି । ଏନେଇ ଯଦି କୌଣସି ସୁଫଳ ନ ମିଳେ ତେବେ ସଂଘ ପକ୍ଷରୁ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି ।



ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details