ଓଡିଶା

odisha

ETV Bharat / state

ଦେଶବ୍ୟାପୀ ୭୫ କୋଟି ସୂର୍ଯ୍ୟ ନମସ୍କାର ଆୟୋଜନ, ମହାନଦୀ ଶଯ୍ୟାରେ ଭାଗନେଲେ ପିଲାଠୁ ବୁଢା - ବୌଦ୍ଧରେ ସୂର୍ଯ୍ୟ ନମସ୍କାର

73ତମ ଗଣତନ୍ତ୍ର ଦିବସ ଅବସରରେ ଦେଶବ୍ୟାପୀ 75 କୋଟି ସୂର୍ଯ୍ୟ ନମସ୍କାର ଆୟୋଜନ । ବୌଦ୍ଧ ଜିଲ୍ଲାର ମହାନଦୀ ଶଯ୍ୟାରେ ଭାଗନେଲେ ପିଲାଠୁ ବୁଢା । ଅଧିକ ପଢନ୍ତୁ

ଦେଶବ୍ୟାପୀ ୭୫ କୋଟି ସୂର୍ଯ୍ୟ ନମସ୍କାର ଆୟୋଜନ, ମହାନଦୀ ଶଯ୍ୟାରେ ଭାଗନେଲେ ପିଲାଠୁ ବୁଢା
ଦେଶବ୍ୟାପୀ ୭୫ କୋଟି ସୂର୍ଯ୍ୟ ନମସ୍କାର ଆୟୋଜନ, ମହାନଦୀ ଶଯ୍ୟାରେ ଭାଗନେଲେ ପିଲାଠୁ ବୁଢା

By

Published : Jan 26, 2022, 10:34 PM IST

ବୌଦ୍ଧ:ଦେଶ ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ଉପଲକ୍ଷେ 75 କୋଟି ସୂର୍ଯ୍ୟ ନମସ୍କାରର ଆୟୋଜନ । ଏହି ପରିପ୍ରେକ୍ଷୀରେ ମହାନଦୀ ଗର୍ଭରେ ଆଜି ଏକ ନିଆରା ଢଙ୍ଗରେ 75 ଜଣ ନାଗରିକ ଯୋଗ ଓ ସୂର୍ଯ୍ୟ ନମସ୍କାର କରି ସୁସ୍ଥତାର ବାର୍ତ୍ତା ପ୍ରଚାର କରିଛନ୍ତି । ଆଜି ସାରାଦେଶରେ 73ତମ ଗଣତନ୍ତ୍ର ଦିବସ ପାଳନ ହୋଇ ଥିବାବେଳେ ଏହି ଅବସରରେ ସାରା ଦେଶରେ ଆୟୋଜିତ ହୋଇଥିଲା 75 କୋଟି ସୂର୍ଯ୍ୟ ନମସ୍କାର ।

ଦେଶବ୍ୟାପୀ ୭୫ କୋଟି ସୂର୍ଯ୍ୟ ନମସ୍କାର ଆୟୋଜନ, ମହାନଦୀ ଶଯ୍ୟାରେ ଭାଗନେଲେ ପିଲାଠୁ ବୁଢା

ଦେଶ ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ବୌଦ୍ଧ ଠାରେ ସୂର୍ଯ୍ୟ ନମସ୍କାରର ଆୟୋଜନ କରାଯାଇଥିଲା । ବୌଦ୍ଧସ୍ଥିତ ଶ୍ରୀ ଚନ୍ଦ୍ରଚୂଡ ମନ୍ଦିର ନିକଟସ୍ଥ ମହାନଦୀ ଗର୍ଭର ବାଲୁକା ଶଯ୍ୟାରେ ଏହି ଅଭିନବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସୁସ୍ଥ ସମାଜ ଗଠନ ସହିତ ସୁସ୍ଥ ଶରୀର ଗଠନର ବାର୍ତ୍ତା ନେଇ ଏଭଳି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଥିବାବେଳେ ବିଭିନ୍ନ ବର୍ଗର ଲୋକ ଏଥିରେ ଭାଗନେଇ ଆନନ୍ଦ ପ୍ରକାଶ କରିଛନ୍ତି ।

କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର 75 ଜଣ ନାଗରିକଙ୍କୁ ନେଇ 13 ଆବୃତ୍ତି ସୂର୍ଯ୍ୟ ନମସ୍କାର ମିଳିତ ଭାବରେ କରାଯାଇଥିଲା । ଏଭଳି ଅଭିନବ କାର୍ଯ୍ୟକ୍ରମକୁ ଭାରତ ସରକାରଙ୍କ ଆୟୂଷ ବିଭାଗ ନେତୃତ୍ୱରେ ରାଜ୍ୟରେ ଯୋଗାସନ ସ୍ପୋର୍ଟ୍ସ ଆସୋସିଏସନ ଏହାକୁ ଆୟୋଜନ କରିଛି । ମହାନଦୀ ଗର୍ଭରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାଗନେଇ ବିଭିନ୍ନ ବର୍ଗର ଲୋକେ ବେଶ ଖୁସିବ୍ୟକ୍ତି କରିଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details