ଓଡିଶା

odisha

ETV Bharat / state

ଘଣ୍ଟଘଣ୍ଟା ବଜାଇ, ହୋମ ଯଜ୍ଞ କରି ଜନତା କର୍ଫ୍ୟୁକୁ ସମର୍ଥନ - Supporting the public curfew in boudh

ଜନତା କର୍ଫ୍ୟୁକୁ ଅଭୁତପୂର୍ବ ସମର୍ଥନ କଲେ ବୌଦ୍ଧବାସୀ । ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠାରେ ଘଣ୍ଟ, ଘଣ୍ଟା, ଶଙ୍ଖ, ତାଳି ବଜାଇବା ସହ ହୋମ ଯଜ୍ଞ କରି କୋରୋନା ଭାଇରସ ସହ ମୁକାବିଲା ଏବଂ ଜନତା କର୍ଫ୍ୟୁକୁ ସମର୍ଥନ କରିଥିଲେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଘଣ୍ଟଘଣ୍ଟା ବଜାଇ, ହୋମ ଯଜ୍ଞ କରି ଜନତା କର୍ଫ୍ୟୁକୁ ସମର୍ଥନ
ଘଣ୍ଟଘଣ୍ଟା ବଜାଇ, ହୋମ ଯଜ୍ଞ କରି ଜନତା କର୍ଫ୍ୟୁକୁ ସମର୍ଥନ

By

Published : Mar 22, 2020, 11:39 PM IST

ବୌଦ୍ଧ: ଜନତା କର୍ଫ୍ୟୁକୁ ଅଭୁତପୂର୍ବ ସମର୍ଥନ କଲେ ବୌଦ୍ଧବାସୀ । ଦିନସାରା ଘରେ ନିଜକୁ ଆବଦ୍ଧ ରଖିବା ସହ ସନ୍ଧ୍ୟା ୫ ଟା ସମୟରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠାରେ ଘଣ୍ଟ, ଘଣ୍ଟା, ଶଙ୍ଖ, ତାଳି ଯିଏ ଯାହା ପାଇଲା ସବୁଥିରେ ଶବ୍ଦ ସୃଷ୍ଟି କରି କର୍ଫ୍ୟୁକୁ ସମର୍ଥନ ଦେଇ ଗଣମାଧ୍ୟମ, ସୁରକ୍ଷା କର୍ମୀ ଓ ସେବା ଯୋଗାଉଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।

ଘଣ୍ଟଘଣ୍ଟା ବଜାଇ, ହୋମ ଯଜ୍ଞ କରି ଜନତା କର୍ଫ୍ୟୁକୁ ସମର୍ଥନ

ସେପଟେ ଶହେ ବର୍ଷ ମଧ୍ୟରେ କେବେ ଏଭଳି ଦେଖି ନଥିବା କହିଛନ୍ତି ଶତାୟୁ ସ୍ବାଧୀନତା ସଂଗ୍ରାମୀ । ଜନତା କର୍ଫ୍ୟୁକୁ ପୁରା ସଫଳ କରିଛନ୍ତି ଦେଶବାସୀ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ଏହି ଜନତା କର୍ଫ୍ୟୁକୁ ଅଦ୍ଭୂତପୂର୍ବ ସମର୍ଥନ ମିଳିଥିଲା । ଜିଲ୍ଲାର ସଦର ମହକୁମା ବୌଦ୍ଧ ସହର ସହିତ କଣ୍ଟାମାଳ, ପଲସାଗୋରା, ମନମୁଣ୍ଡା, ବାଉଁଶୁଣୀ, ପୁରୁଣାକଟକ, ଚାରିଛକ, ହରଭଙ୍ଗା ଭଳି ପ୍ରମୁଖ ସ୍ଥାନ ଗୁଡିକରେ ଜନସାଧାରଣ କୋରୋନା ବିରୁଦ୍ଧରେ ଆରମ୍ଭ ହୋଇଥିବା ଏହି ଲଢେଇରେ ସମର୍ଥନ ଜଣାଇଥିଲେ । ଜିଲ୍ଲାର ପ୍ରାୟ କିଛି ସ୍ଥାନରେ ହୋମ ଯଜ୍ଞ କରାଯାଇ ଏହି ବିପଦକୁ ଟାଳିବା ପାଇଁ ଠାକୁରଙ୍କ ପାଖରେ ପ୍ରାର୍ଥନା କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details