ବୌଦ୍ଧ: ଡାକ୍ତର ମୃତ ଘୋଷଣା କରିବା ପରେ ବି ଘରେ ମୃତଶରୀର ରଖି ଚାଲିଛି ଝଡାଫୁଙ୍କା । ଆଜି ବି ଅନ୍ଧବିଶ୍ବାସର ଅନ୍ଧହଗଳିରେ ଏପରି ରହିଯାଇଛି ମାନବ ସମାଜ । ୫ ଦିନ ହେବ ଯୁବକଙ୍କ ମୃତ ଶରୀର ଘରେ ରଖି ଗୁଣିଆ ସାହାଯ୍ୟରେ ଝଡାଫୁଙ୍କା କରାଯାଉଛି ।
ଏପରି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ସଦର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଆଦିବାସୀ ବସ୍ତିରେ । ସୂଚନା ଅନୁଯାୟୀ ମୁର୍ଷୂଣ୍ଢି ପଞ୍ଚାୟତ ଆଦିବାସୀ ବସ୍ତିର ମିଥୁନ ପେରା ନାମକ ଜଣେ ଯୁବକ ସୁରଟରେ କାମ କରୁଥିଲେ । ସେଠାରେ ସ୍ବାସ୍ଥ୍ୟ ଖରାପ ଯୋଗୁଁ ସ୍ଥାନୀୟ ଏକ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିବାରୁ ଗାଁକୁ ମୃତଦେହ ଅଣାଯାଇଥିଲା ।