ବୌଦ୍ଧ: ରାଜ୍ୟର ଶ୍ରେଷ୍ଠ ବନ ସୁରକ୍ଷା ସମିତି ଭାବରେ ପୁରସ୍କୃତ ହେଲା ସୁନାଝରୀ ଭିଏସଏସ । ଆଜି ବନ ମହୋତ୍ସବର ଶେଷ ଦିନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଭିଏସଏସର କର୍ମକର୍ତ୍ତାଙ୍କୁ ଦୁଇ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି ।
ଜଙ୍ଗଲସୁରକ୍ଷା ପାଇଁ ସୁନାଝରୀ ଭିଏସଏସ ପାଇଲା ରାଜ୍ୟର ଶ୍ରେଷ୍ଠ ସମ୍ମାନ - ଜଙ୍ଗଲସୁରକ୍ଷା
ଜଙ୍ଗଲ ସମ୍ପଦରେ ଭରପୁର ବୌଦ୍ଧ ଜିଲ୍ଲାର ଉପାନ୍ତ ଗ୍ରାମ ସାଉଁଟିଲା ପ୍ରଶଂସା । ଜଙ୍ଗଲ ସୁରକ୍ଷା ସହିତ ବନୀକରଣ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ବୌଦ୍ଧ ଜିଲ୍ଲାର ସୁନାଝରୀ ବନ ସୁରକ୍ଷା ସମିତି କୁ ମିଳିଛି ରାଜ୍ୟରେ ପ୍ରଥମ ପୁରସ୍କାର । ଅଧିକ ପଢନ୍ତୁ..
ଜଙ୍ଗଲସୁରକ୍ଷା ପାଇଁ ସୁନାଝରୀ ଭିଏସଏସ ପାଇଲା ରାଜ୍ୟର ଶ୍ରେଷ୍ଠ ସମ୍ମାନ
ବୌଦ୍ଧ ବନଖଣ୍ଡ ବିଭାଗ ପକ୍ଷରୁ ଆଜି ବନ ମହୋତ୍ସବର ଶେଷ ଦିବସରେ ଚାରା ବଣ୍ଟନ, ଚାରା ରୋପଣ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକଙ୍କ ସହିତ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଏସପି ଭି.ରଘୁନାଥ ରାଓ, ଡିଏଫଓଙ୍କ ସହିତ ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ