ଓଡିଶା

odisha

By

Published : Jul 14, 2019, 9:27 AM IST

ETV Bharat / state

ଗଡଜାତରେ ମହାପ୍ରଭୁଙ୍କ ଫୁଲବେଶ, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ନାକୁରଡ଼ ଶ୍ରୀମନ୍ଦିର ଶୈଳୀରେ ରୀତିନୀତି ପାଳନ ସହ ରଥଯାତ୍ରା କାଳରେ ସ୍ବତନ୍ତ୍ର ରଥ, ରଥଛୁଆଁ ଓ ସୁନାବେଶ ସମ୍ପୂର୍ଣ୍ଣ ନିଆରା ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଗଡଜାତର ସ୍ବତନ୍ତ୍ର ପରିଚୟ ପଶ୍ଚିମ ଓଡ଼ିଶାର ସର୍ବବୃହତ ରଥଯାତ୍ରା । ନାକୁରଡ଼ ଶ୍ରୀମନ୍ଦିର ଶୈଳୀରେ ରୀତିନୀତି ପାଳନ ସହ ରଥଯାତ୍ରା କାଳରେ ସ୍ବତନ୍ତ୍ର ରଥ, ରଥଛୁଆଁ ଓ ସୁନାବେଶ ସମ୍ପୂର୍ଣ୍ଣ ନିଆରା । ଶନିବାର ଶ୍ରୀ ଜୀଉଙ୍କ ରଥ ଉପରେ ସୁନାବେଶ ସମୟରେ ଫୁଲ ବେଶ ଶ୍ରଦ୍ଧାଳୁଙ୍କୁ ଭାବ ବିହ୍ଵଳିତ କରିଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ


ବୌଦ୍ଧ ରଥଯାତ୍ରାର ଆଜି ଶେଷ ଦିବସରେ ଶ୍ରୀ ଜଗନ୍ନାଥଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା । ଏହି ସୁନାବେଶ ସମୟରେ ଠାକୁରଙ୍କ ଫୁଲ ବେଶ ସର୍ବାଧିକ ଆକର୍ଷଣୀୟ ହୋଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ରଥ ଉପରକୁ ଯାଇ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିଥିଲେ । ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସପତ୍ନୀକ ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।


ସୁନାବେଶ ଅବସରରେ ସଂଗୀତଖୟନ ଅନୁଷ୍ଠାନ ପକ୍ଷରୁ ଏକ ଭଜନ ସଂଧ୍ୟାର ଆୟୋଜନ କରାଯାଇଥିଲା । ଫୁଲବେଶ ଦର୍ଶନ ସରିବାପରେ ରାତିରେ ଚତୁର୍ଦ୍ଧା ବିଗ୍ରହଙ୍କୁ ସେବାୟତମାନେ ପହଣ୍ଡି କରି ଶ୍ରୀ ଜଗନ୍ନାଥ ମନ୍ଦିରରେ ବିଜେ କରାଇଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details