ବୌଦ୍ଧ: ଅବ୍ୟବସ୍ଥା ଘେରରେ ଜିଲ୍ଲାର ଏକମାତ୍ର ସୁଧାର ଗୃହ। ସୁଧାର ଗୃହର ପାଚେରୀ ନଥିବା ବେଳେ ରୋଷେଇ ପାଇଁ ଗ୍ୟାସ ସଂଯୋଗ ଦିଆଯାଇନାହିଁ । ଅନେକ ସମୟରେ ଏଠାରେ ସର୍ବନିମ୍ନ ସୁବିଧା ସୁଯୋଗର ଅଭାବ ଥିବା ଦେଖିବାକୁ ମିଳିଛି । ଏ ସଂପର୍କରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଅନ୍ତେବାସୀମାନେ ଦାବି କରିଛନ୍ତି ।
ବୌଦ୍ଧ ଜିଲ୍ଲାର ନାରାୟଣପୁର ଗାଁ ନିକଟରେ ରହିଛି ଜିଲ୍ଲାର ଏକମାତ୍ର ସୁଧାର ଗୃହ । 26 ଜଣ ଅନ୍ତେବାସୀ ଥିବା ଏହି ସୁଧାର ଗୃହର ଚାରିଜଣ ମହିଳା ଭିନ୍ନକ୍ଷମ ରହିଥିବା ବେଳେ ଏମାନଙ୍କୁ ଆଜିଯାଏ ଚିହ୍ନଟ କରାଯାଇ ପାରୁନାହିଁ । ଫଳରେ ଏମାନେ ସରକାରୀ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହୋଇ ପାରୁ ନାହାନ୍ତି ।