ବୌଦ୍ଧ: ଜିଲ୍ଲାର ମ୍ୟୁନିସିପାଲ ଉପାଧ୍ୟକ୍ଷା ହେଲେ ସୁବାସିନୀ ସେଠୀ । ବିଜୟ ପାଇଁ ବୌଦ୍ଧବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ସୁବାସିନୀ । ଏଥିସହ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ କାମ କରିବେ ବୋଲି କହିଛନ୍ତି ।
ପୂର୍ବତନ ବିଧାୟକଙ୍କ ଝିଅ ହେଲେ ବୌଦ୍ଧ ପୌର ଉପାଧ୍ୟକ୍ଷ - ବୌଦ୍ଧ ପୌର ଉପାଧ୍ୟକ୍ଷ ନ୍ୟୁଜ
ବୌଦ୍ଧ ମ୍ୟୁନିସିପାଲ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ପୂର୍ବତନ ବିଧାୟକଙ୍କ ଝିଅ ସୁବାସିନୀ ସେଠୀ । ଅଧିକ ପଢନ୍ତୁ
![ପୂର୍ବତନ ବିଧାୟକଙ୍କ ଝିଅ ହେଲେ ବୌଦ୍ଧ ପୌର ଉପାଧ୍ୟକ୍ଷ ପୂର୍ବତନ ବିଧାୟକଙ୍କ ଝିଅ ହେଲେ ବୌଦ୍ଧ ପୌର ଉପାଧ୍ୟକ୍ଷ](https://etvbharatimages.akamaized.net/etvbharat/prod-images/768-512-14958707-55-14958707-1649351735930.jpg)
ପୂର୍ବତନ ବିଧାୟକଙ୍କ ଝିଅ ହେଲେ ବୌଦ୍ଧ ପୌର ଉପାଧ୍ୟକ୍ଷ
ପୂର୍ବତନ ବିଧାୟକଙ୍କ ଝିଅ ହେଲେ ବୌଦ୍ଧ ପୌର ଉପାଧ୍ୟକ୍ଷ
ତେବେ ବୌଦ୍ଧ ଜିଲ୍ଲାର ଗୋଟିଏ ମାତ୍ର ଏନଏସି ପାଇଁ ପୌର ନିର୍ବାଚନ ହୋଇଥିଲା । ଆଜି ଏଠାରେ ଉପାଧ୍ୟକ୍ଷ ଭାବେ ସୁବାସିନୀ ସେଠୀ ମନୋନୀତ ହୋଇଛନ୍ତି । ବୌଦ୍ଧ ଏନଏସି ଅନ୍ତର୍ଗତ ରାଜନପାଲିର 11 ନମ୍ବର ଓ୍ବାର୍ଡରୁ କାଉନସିଲର ଭାବରେ ବିଜୟୀ ହୋଇଥିବା ସୁବାସିନୀଙ୍କ ସମେତ ଅନ୍ୟ ତିନି ଜଣ ଆଶାୟୀ ପ୍ରାର୍ଥୀ ରହିଥିଲେ । ତେବେ ସୁବାସିନୀ ସେଠୀ ସୋନପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦେବରାଜ ସେଠଙ୍କ ଝିଅ । ବିଜୟୀ ପରେ ସହରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁବାସିନୀ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ