ଓଡିଶା

odisha

ETV Bharat / state

ପରୀକ୍ଷା ଛାଡି ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ, ଉଠାଇଲେ କଲେଜର ସମସ୍ୟା ସମାଧାନ ଦାବି - ବୌଦ୍ଧ ନ୍ୟୁଜ

ପରୀକ୍ଷା ଛାଡି ରାଜରାସ୍ତାକୁ ଓହ୍ଲାଇଲେ ବୌଦ୍ଧ କଣ୍ଟାମାଳ ପଞ୍ଚାୟତ ମହାବିଦ୍ୟାଳୟ ଛାତ୍ରଛାତ୍ରୀ । ବିଭିନ୍ନ ସମସ୍ୟାର ସମାଧାନକୁ ନେଇ କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଲେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

students protest in front of kantamal block office
students protest in front of kantamal block office

By ETV Bharat Odisha Team

Published : Sep 14, 2023, 12:54 PM IST

students protest in front of kantamal block office

ବୌଦ୍ଧ: ପରୀକ୍ଷା ଛାଡି ରାଜରାସ୍ତାକୁ ଓହ୍ଲାଇଲେ ପଞ୍ଚାୟତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ । ଗତକାଲି(ବୁଧବାର) ବିଭିନ୍ନ ସମସ୍ୟାର ସମାଧାନକୁ ନେଇ କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଲେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଶିକ୍ଷାର ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ତଥାପି ଅନେକ ସ୍ଥାନରେ ଏନେଇ ବ୍ୟାପକ ସମସ୍ୟା ଦେଖାଯାଉଛି । ଫଳରେ ଏହାର ସିଧାସଳଖ ପ୍ରଭାବ ଛାତ୍ରଛାତ୍ରୀଙ୍କ ଉପରେ ପଡୁଛି । ଯାହାକୁ ନେଇ ବାଧ୍ୟ ହୋଇ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ବର୍ତ୍ତମାନ ସମୟରେ ବୌଦ୍ଧ ଜିଲ୍ଲାରେ ଗୋଟିଏ ମଧ୍ୟ ପୂର୍ଣ୍ଣ ସରକାରୀ ମହାବିଦ୍ୟାଳୟଟିଏ ନାହିଁ । ଜିଲ୍ଲା ସଦରମହକୁମା ଠାରେ ଥିବା ପଞ୍ଚାୟତ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ପୁରୁଣା କଟକ, ହରଭଙ୍ଗା, ବାଉଶୁଣୀ, ଘଣ୍ଟାପଡା ଓ କଣ୍ଟାମାଳ ଠାରେ ସରକାରୀ ଅନୁଦାନ ପ୍ରାପ୍ତ କଲେଜ ରହିଛି । କିନ୍ତୁ ଗୋଟିଏ ମଧ୍ୟ କଲେଜ ଆଜି ପର୍ଯ୍ୟନ୍ତ ପୂର୍ଣ୍ଣ ସରକାରୀ ମାନ୍ୟତା ପାଇନାହିଁ । ତେବେ ଏଭଳି ସମୟରେ କଣ୍ଟାମାଳ ପଞ୍ଚାୟତ ମହାବିଦ୍ୟାଳୟରେ ବ୍ୟାପକ ସମସ୍ୟାକୁ ନେଇ ଅତିଷ୍ଠ ଛାତ୍ରଛାତ୍ରୀ ଗତକାଲି(ବୁଧବାର) ବିକ୍ଷୋଭ କରିଥିଲେ ।

ମଙ୍ଗଳବାର ଓ ବୁଧବାର ଜିଲ୍ଲାର ତିଲେଶ୍ବର ପଞ୍ଚାୟତ ବୁରୁବୁଡା ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଶିକ୍ଷାଦାନରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ଗତକାଲି କଣ୍ଟାମାଳ କଲେଜରେ ଛାତ୍ର ଅଶାନ୍ତି ଉଗ୍ରରୂପ ନେଇଥିଲା । କଣ୍ଟାମାଳ କଲେଜରେ ପ୍ରାୟ ୧୭ ଶହ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ କଲେଜରେ ଶୌଚାଳୟ ଟିଏ ନାହିଁ । କଲେଜର ଲାଇବ୍ରେରୀ,କମନରୁମ ଓ ଆନୁଷଙ୍ଗିକ କୌଣସି ସୁବିଧା ଆଦୌ ନାହିଁ । ଏପରିକି କଣ୍ଟାମାଳ ମୁଖ୍ୟ ରାସ୍ତା ଠାରୁ କଲେଜ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ବେହାଲ । ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ କୌଣସି ସୁଫଳ ମିଳୁନାହିଁ । ସେହିପରି କଲେଜ ଅଧ୍ୟକ୍ଷାଙ୍କ ମନମୁଖୀ କାର୍ଯ୍ୟକୁ ଅଭିଯୋଗ ହୋଇଥିବା ବେଳେ କୌଣସି କାର୍ଯାନୁଷ୍ଠାନ ନ ହୋଇ ଓଲଟି ଅଧ୍ୟକ୍ଷାଙ୍କ ଆକ୍ରୋଶର ଶିକାର ହେଉଥିବା ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଦାବି ପୂରଣ ନହେଲେ ଜାରି ରହିବ ପ୍ରାଥମିକ ଶିକ୍ଷକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ତେଣୁ ସମସ୍ତ ସମସ୍ୟାର ସମାଧାନ ନେଇ ଗତକାଲି କଲେଜରେ ପରୀକ୍ଷା ଥିବା ସତ୍ତ୍ବେ ଶହ ଶହ ଛାତ୍ରଛାତ୍ରୀ କଣ୍ଟାମାଳର ରାଜରାସ୍ତାକୁ ଓହ୍ଲାଇଥିଲେ । କଲେଜର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି କରି ଏକ ବିଶାଳ ଶୋଭାଯାତ୍ରାରେ କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ଏହାର ସମାଧାନ ପାଇଁ ଦାବି କରିଥିଲେ । ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି କରାଯାଇଛି । ତେବେ ଆଗାମୀ ୭ ଦିନ ମଧ୍ୟରେ କଣ୍ଟାମାଳ ପଞ୍ଚାୟତ ମହାବିଦ୍ୟାଳୟରେ ବିଭିନ୍ନ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details