ଓଡିଶା

odisha

By ETV Bharat Odisha Team

Published : Oct 16, 2023, 10:24 PM IST

Updated : Oct 16, 2023, 10:59 PM IST

ETV Bharat / state

ITI କ୍ୟାମ୍ପସରେ ଉତ୍ତେଜନା, ଅଧ୍ୟକ୍ଷଙ୍କ ବଦଳି ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଛାତ୍ରଛାତ୍ରୀ

ବୌଦ୍ଧର ସରକାରୀ ଆଇଟିଆଇ କଲେଜରେ ଉତ୍ତେଜନା । ଅନୈତିକ ଭାବରେ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ । ଅଧ୍ୟକ୍ଷଙ୍କ ବଦଳି ଦାବି । ଜିଲ୍ଲାପାଳଙ୍କୁ ଭେଟିଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ଆଇଟିଆଇ କ୍ୟାମ୍ପସରେ ଉତ୍ତେଜନା, ଅଧ୍ୟକ୍ଷଙ୍କ ବଦଳି ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଛାତ୍ରଛାତ୍ରୀ
ଆଇଟିଆଇ କ୍ୟାମ୍ପସରେ ଉତ୍ତେଜନା, ଅଧ୍ୟକ୍ଷଙ୍କ ବଦଳି ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଛାତ୍ରଛାତ୍ରୀ

ବୌଦ୍ଧ: ଜିଲ୍ଲାର ସରକାରୀ ଆଇଟିଆଇ କଲେଜରେ ଉତ୍ତେଜନା । ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇ ଆସିଲେ ଛାତ୍ରଛାତ୍ରୀ । ପରେ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ଧାରଣା ଦେଇଥିଲେ । ଆନ୍ଦୋଳନରତ ଛାତ୍ରଛାତ୍ରୀ ଆଇଟିଆଇ ଅଧ୍ୟକ୍ଷଙ୍କ ମନମ୍ମୁଖି କାର୍ଯ୍ୟକୁ ବିରୋଧ କରି ଅଧ୍ୟକ୍ଷଙ୍କ ବଦଳି କରିବା ପାଇଁ ଦାବି କରିଛନ୍ତି । ଏହା ସହ ଆଇଟିଆଇ ଛାତ୍ରଛାତ୍ରୀଠାରୁ ଅନୈତିକ ଭାବରେ ଅର୍ଥ ଆଦାୟ କରୁଥି୍ବା ଅଭିଯୋଗ ହୋଇଛି । ଏନେଇ ଜିଲ୍ଲାପାଳ ସହ ଆଲୋଚନା କରିଛନ୍ତି ଛାତ୍ରଛାତ୍ରୀ ।

ଜିଲ୍ଲାର ବଘିଆପଡା ନିକଟରେ ଥିବା ସରକାରୀ ଆଇଟିଆଇରେ ଲଗାତାର ଭାବରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଶାନ୍ତି ଲାଗି ରହୁଛି । ଆଇଟିଆଇର ୭ଟି ଟ୍ରେଡରେ ୪୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ସେମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି । ତେବେ ଗତ କିଛି ଦିନ ହେଲା ଆଇଟିଆଇରେ ବ୍ୟାପକ ସମସ୍ୟା ଲାଗି ରହୁଛି । ଆଇଟିଆଇ କ୍ୟାମ୍ପସରେ ଛାତ୍ରଛାତ୍ରୀ ମାନଙ୍କଠାରୁ ଅନୈତିକ ଭାବରେ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି । ଏହା ସହ ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆ ଯାଉଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ବାରମ୍ବାର ବିଭିନ୍ନ ଆଳ ଦେଖାଇ ଆଇଟିଆଇ କତୁର୍ପକ୍ଷ ଛାତ୍ରଛାତ୍ରୀଙ୍କ ଠାରୁ ବ୍ୟାପକ ଅର୍ଥ ହାସଲ କରିବା ସହ କୌଣସି ରସିଦ ଦିଆଯାଉ ନଥିବା ଅଭିଯୋଗ ହୋଇଛି ଏବଂ ହଷ୍ଟେଲରେ ରହୁଥିବା ଅନ୍ତେବାସୀଙ୍କ ପାଇଁ ପ୍ରଥମିକ ସ୍ୱାସ୍ଥ୍ୟ ସେବା ମଧ୍ୟ ଯୋଗାଇ ଦେଉନଥିବା ଅଭିଯୋଗ କରିଛନ୍ତ ଛାତ୍ରଛାତ୍ରୀ ।

ଏହା ମଧ୍ୟ ପଢନ୍ତୁ...ପ୍ଲାଷ୍ଟିକ ବୋତଲରୁ 23 ଫୁଟର ଆକର୍ଷଣୀୟ ହାତୀ, କମାଲ କଲେ ITI ବିଦ୍ୟାର୍ଥୀ

ବାରମ୍ବାର ଆଇଟିଆଇ ଅଧ୍ୟକ୍ଷଙ୍କ ମନୋମୁଖୀରେ ଅତିଷ୍ଠ ହୋଇ ଆଜି ଶତାଧିକ ଛାତ୍ରଛାତ୍ରୀ ରାଜ ରାସ୍ତା ଅବରୋଧ କରିଥିଲେ ।ପରେ ସଂଧ୍ୟା ସମୟରୁ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ସେମାନଙ୍କ ସମସ୍ୟା ଜଣାଇବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଥିଲେ । ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଜିଲ୍ଲାପାଳ, ସହକାରୀ ଜିଲ୍ଲାପାଳ, ଅତିରିକ୍ତ ତହସିଲଦାର ପ୍ରମୁଖ ଉତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନକୁ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ କରିବାକୁ ନିଷ୍ପତ୍ତି ହେଇଥିଲା ।

ପୂର୍ବରୁ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସରକାରୀ ଆଇଟିଆଇ କଲେଜ ଛାତ୍ରଙ୍କ ଆନ୍ଦୋଳନ ଦେଖିବାକୁ ମିଳିଥିଲା । ଏହା ସହ ଅଧ୍ୟକ୍ଷଙ୍କ ବଦଳି ଓ ଟ୍ରେଡ଼ ଟେଷ୍ଟ ପରୀକ୍ଷାରେ କମ୍‌ ମାର୍କ ରହିବାରୁ ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଓହ୍ଲାଇଥିଲେ । ବିଭିନ୍ନ ସମସ୍ୟାର ସମାଧାନ ସହ ଆଇଟିଆଇର ଅଧ୍ୟକ୍ଷଙ୍କୁ ବଦଳି ପାଇଁ ଅନୁଷ୍ଠାନରେ ତାଲା ପକାଇଥିଲେ ଛାତ୍ରଛାତ୍ରୀ ।

ଈଟିଭି ଭାରତ, ବୌଦ୍ଧ

Last Updated : Oct 16, 2023, 10:59 PM IST

ABOUT THE AUTHOR

...view details