ବୌଦ୍ଧ: କୋରୋନା କଟକଣା ପାଇଁ ରାଜ୍ୟର ସମସ୍ତ ସ୍କୁଲ କଲେଜ ବନ୍ଦ ରହିଥିଲା । ଅଗଷ୍ଟ ଗାଇଡଲାଇନ ଆସିବା ପରେ ରାଜ୍ୟରେ ଧର୍ମାନୁଷ୍ଠାନ ଓ ରାଜନୈତିକ ସଭାକୁ ଅନୁମତି ମିଳିଛି । କିଛି ପିଲାଙ୍କ ପାଇଁ ସ୍କଲୁ ମଧ୍ୟ ଖୋଲାଯାଇଛି । ବୌଦ୍ଧ ଜିଲ୍ଲାରେ ସମସ୍ତ ସ୍କୁଲ କଲେଜ ଖୋଲିବାକୁ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ଛାତ୍ରଛାତ୍ରୀ ।
କୋରୋନାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିଲା । ମାତ୍ର ବର୍ତ୍ତମାନ କୋରୋନା କୋପ କମିଛି । ବିଭିନ୍ନ ପର୍ଯ୍ୟଟନ ସ୍ଥାନଠାରୁ ନେଇ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ମିଳିଛି ହେଲେ ରାଜ୍ୟରେ ଅନେକ ଜିଲ୍ଲାରେ ସ୍କୁଲ ଖୋଲିବାକୁ ଅନୁମତି ମିଳିନାହିଁ । ଏ ନେଇ ବୌଦ୍ଧ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ । ଜିଲ୍ଲାରେ ଅଦ୍ୟାବଧି ସମସ୍ତ ବିଦ୍ୟାଳୟ ଖୋଲି ନଥିବାରୁ ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀ ମାନେ ଶିକ୍ଷା ଦାନରୁ ବଞ୍ଚିତ ହେଉଛନ୍ତି । ବିଶେଷ ଭାବରେ ଉପାନ୍ତ ଅଞ୍ଚଳରେ ମୋବାଇଲ ବ୍ୟବହାର ତଥା ନେଟୱାର୍କ ସମସ୍ୟା ଯୋଗୁଁ ଅନେକ ଛାତ୍ରଛାତ୍ରୀ ଶିକ୍ଷା ଭଳି ମୌଳିକ ଅଧିକାରରୁ ବଞ୍ଚିତ ହୋଇଥିବା ଦେଖିବାକୁ ମିଳିଛି ।