ଓଡିଶା

odisha

ETV Bharat / state

ଫି ବୃଦ୍ଧିକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା - ଫି ବୃଦ୍ଧିକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେଲେ ଛାତ୍ରଛାତ୍ରୀ

ଅହେତୁକ ଫି ବୃଦ୍ଧି ନେଇ ବୌଦ୍ଧ ଜିଲ୍ଲାର ପ୍ରଥମ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଚି ହୋଇଛି । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅଧିକ ପଢ଼ନ୍ତୁ

student protest for college fee increase in boudh
ଫି ବୃଦ୍ଧିକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେଲେ ଛାତ୍ରଛାତ୍ରୀ

By

Published : Jul 15, 2022, 10:23 AM IST

ବୌଦ୍ଧ:ଅହେତୁକ ଫି ବୃଦ୍ଧି ନେଇ ବୌଦ୍ଧ ଜିଲ୍ଲାର ପ୍ରଥମ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଚି ହୋଇଛି । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଛାତ୍ରଛାତ୍ରୀଙ୍କ ଧାରଣା

ବୌଦ୍ଧ ଜିଲ୍ଲାର ପଞ୍ଚାୟତ ମହାବିଦ୍ୟାଳୟରେ ବାରମ୍ବାର ଉତ୍ତେଜନା ଦେଖାଦେଇଛି । କଲେଜର ବିଭିନ୍ନ ସମସ୍ୟା ସହ ହଠାତ୍‌ ଷ୍ଟେଡେଣ୍ଟ ଫି ବୃଦ୍ଧିକୁ ଛାତ୍ରଛାତ୍ରୀମାନେ ତୀବ୍ର ବିରୋଧ କରିଛନ୍ତି । ଜିଲ୍ଲାର ପ୍ରଥମ କଲେଜ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରୀ ମାନ୍ୟତା ପାଇ ପାରିନାହିଁ । କଲେଜ ବ୍ୟାପକ ସମସ୍ୟା ଘେରରେ ଛନ୍ଦି ହୋଇ ରହିଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି । କଲେଜ ପାଚେରୀ ଠାରୁ ନେଇ ଶୌଚାଳୟ, କମ୍ପ୍ୟୁଟର, ଜେନେରେଟର, କମନରୁମ ଭଳି ବ୍ୟାପକ ସମସ୍ୟାର ଲମ୍ବା ତାଲିକା ରହିଥିବା ବେଳେ ବର୍ତ୍ତମାନ ପୁଣି ବର୍ଦ୍ଧିତ ଫି ଛାତ୍ରଛାତ୍ରୀଙ୍କ ଉପରେ କଲେଜ କର୍ତ୍ତୃପକ୍ଷ ଲଦିଦେଇଥିବା ଅଭିଯୋଗ ହୋଇଛି ।

ଗୁରୁବାର ଛାତ୍ରଛାତ୍ରୀ ମାନେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କଲେଜରେ ଶିକ୍ଷା କମ ରାଜନୀତି ବେଶୀ ହେଉଥିବା ଅଭିଯୋଗ କରି ଛାତ୍ରଛାତ୍ରୀ ମାନେ ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

For All Latest Updates

TAGGED:

ABOUT THE AUTHOR

...view details