ବୌଦ୍ଧ: ଲାଗିଛି ଲକ୍ଷ ଲକ୍ଷ ଟଙ୍କାର ଏଲଇଡି ଷ୍ଟ୍ରିଟଲାଇଟ ହେଲେ ଦିନସାରା ଜଳି ରହୁଛି ଷ୍ଟ୍ରିଟଲାଇଟ । ଆଉ ଏହି ଷ୍ଟ୍ରିଟଲାଇଟ ଦାୟିତ୍ୱ ନେଇଥିବା ଠିକାସଂସ୍ଥା ଦୀର୍ଘ ଦିନ ହେବ ସଜାଡିବା ଆଳରେ ଦିନ ଗଡାଇ ଚାଲିଛି । 7ଟି ୱାର୍ଡକୁ ନେଇ ଗଠିତ ବୌଦ୍ଧ ପୌରପରିଷଦ ଅଧିନରେ ମୁଖ୍ୟ ରାସ୍ତାରେ ଇଏସଏସଏଲ ନାମକ ବିଦ୍ୟୁତ ସଂସ୍ଥା ଷ୍ଟ୍ରିଟଲାଇଟ ଯୋଗାଇଛି । କିନ୍ତୁ ଏହି ଷ୍ଟ୍ରିଟଲାଇଟ ରାତିରେ ନୁହେଁ, ବରଂ ଦିନରେ ଜଳୁଥିବା ଅଭିଯୋଗ ହୋଇଛି ।
ରାତିରେ ନୁହେଁ ଦିନରେ ଜଳୁଛି ଷ୍ଟ୍ରିଟଲାଇଟ୍ - ବୌଦ୍ଧ
ବୌଦ୍ଧରେ ଦିନରେ ଜଳୁଛି ଷ୍ଟ୍ରିଟଲାଇଟ ଅଥଚ ରାତିରେ ଜଳୁନି । ତେବେ ଏହି ସମସ୍ୟାକୁ ସ୍ବୀକାର କରିଛନ୍ତି ପୌରପରିଷଦର ନିର୍ବାହୀ ଅଧିକାରୀ ।
ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
ବୌଦ୍ଧର ମୁଖ୍ୟ ଛକ ଗୁଡିକରେ ସଂଧ୍ୟା ଓ ରାତି ସମୟରେ ଅନ୍ଧାର ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସମ୍ପର୍କରେ ଖୋଦ୍ ପୌରପରିଷଦର ନିର୍ବାହୀ ଅଧିକାରୀ ଅବଗତ ଥିବା ଇଟିଭି ଭାରତକୁ ସୂଚନା ଦେଇଛନ୍ତି । ସୂଚନାନୁଯାୟୀ, ସହରରେ 36ଟି ଟାଇମର୍ ମଧ୍ୟରୁ 8ଟି ଟାଇମର୍ ସମ୍ପୂର୍ଣ୍ଣ ଖରାପ ଅଛି । ଏଣୁ ଆସନ୍ତା ଦୁଇ ତିନିଦିନ ମଧ୍ୟରେ ଏହି ଅସୁବିଧାର ସମାଧାନ ହେବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ