ଓଡିଶା

odisha

ETV Bharat / state

କ୍ରସରକୁ ବିରୋଧ: ଦୁଇଦିନ ହେଲା ଧାରଣାରେ ଗ୍ରାମବାସୀ - କ୍ରସର ବିରୁଦ୍ଧରେ ଧାରଣା

କ୍ରସର ବିରୁଦ୍ଧରେ ଦୁଇ ଦିନ ହେଲା ଧାରଣାରେ ବସିଛନ୍ତି ଗ୍ରାମବାସୀ । କୌଣସି ସରକାରୀ ଅଧିକାରୀ ଆଲୋଚନା ପାଇଁ ଆସି ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଆଗକୁ ପଢନ୍ତୁ..

road block by villagers
କ୍ରସର ବିରୁଦ୍ଧରେ ଦୁଇ ଦିନ ହେଲା ଧାରଣାରେ ଗ୍ରାମବାସୀ

By

Published : Dec 15, 2019, 9:29 AM IST

ବୌଦ୍ଧ:ଦୁଇ ଦିନ ହେଲା ଥଣ୍ଡା କାକରରେ ବସି ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ। ଅଞ୍ଚଳର ଅସୁବିଧାକୁ ନେଇ ରାସ୍ତାକୁ ଓହ୍ଲାଇ ଥିବା ଗାଁ ଲୋକଙ୍କ ପାଖରେ ଏଯାଏଁ ପହଞ୍ଚି ପାରିନି ପ୍ରଶାସନ । ହରଭଙ୍ଗା ବ୍ଲକର ଖରଭୂଇଁ ନିକଟରେ ରହିଛି ତିନୋଟି ପଥର କ୍ରସର । କିନ୍ତୁ ବେଆଇନ ଭାବେ ଏଠାରେ ପଥର ବ୍ଲାଷ୍ଟିଂ ଯୋଗୁଁ ଆତଙ୍କିତ ଅଞ୍ଚଳବାସୀ । ପାନୀୟ ଜଳ ଠାରୁ ଆରମ୍ଭ କରି ବିଭିନ୍ନ ରୋଗର ଗନ୍ତାଘର ପାଲଟି ଯାଇଛି ହରଭଙ୍ଗା ବ୍ଲକ ।

କ୍ରସର ବିରୁଦ୍ଧରେ ଦୁଇ ଦିନ ହେଲା ଧାରଣାରେ ଗ୍ରାମବାସୀ

ଜଙ୍ଗଲ ସମ୍ପଦ ଓ ମଣିଷ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବା ଏହି କ୍ରସର ଗୁଡିକରୁ ନିର୍ଗତ ଧୂଳିଧୁଆଁରେ ସବୁଆଡେ ଖାଲି ଆତଙ୍କର ଚିହ୍ନ ବାରି ହୋଇପଡୁଛି । ବାରମ୍ବାର ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନଥିବାରୁ ଦୁଇ ଦିନ ହେଲା କ୍ରସର ଅଞ୍ଚଳକୁ ଯୋଗାଯୋଗ ରାସ୍ତାରେ ଧାରଣାରେ ବସିଛନ୍ତି ଗ୍ରାମବାସୀ ।କିନ୍ତୁ ଏଯାବତ ସେମାନଙ୍କ ସହିତ କୌଣସି ସରକାରୀ ଅଧିକାରୀ ଆଲୋଚନା ପାଇଁ ଆସି ନଥିବାରୁ ଗ୍ରାମବାସୀ ଉଦବେଗ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details