ଓଡିଶା

odisha

ETV Bharat / state

ଅନ୍ଧାର ଘରେ ଜାଗର ଜାଳିଲେ ରାଜେନ୍ଦ୍ରଙ୍କ ପରିବାର - ଅନ୍ଧାରରେ କଟୁଛି ଜୀବନ

ଏହା ହେଉଛି ବୌଦ୍ଧ ଜିଲ୍ଲା ସଦର ମହକୁମା ବୌଦ୍ଧ ବ୍ଲକ କାର୍ଯ୍ୟାଳୟକୁ ଲାଗିରହିଥିବା ମୁର୍ଷୁଣ୍ଢି ଗାଁର ଏକ ଜମିଭୂମିହୀନ ଗରିବ ରାଜେନ୍ଦ୍ର ଭୋକ୍ତାଙ୍କ ଘରର ଦୃଶ୍ୟ । ଅଧିକ ପଢନ୍ତୁ...

boudh
ଅନ୍ଧାର ଘରେ ଜାଗର

By

Published : Feb 22, 2020, 4:43 AM IST

ବୌଦ୍ଧ: ଦୀପଦାନର ପବିତ୍ର ପର୍ବ ମହାଶିବରାତ୍ରି । ସବୁ ଦେବପୀଠ ଦୀପ ଓ ଆଲୋକମାଳାରେ ଝଲସୁଥିବା ବେଳେ କିନ୍ତୁ ଏଭଳି ମଧ୍ୟ ପରିବାର ଅଛନ୍ତି ଯେଉଁମାନେ ଆଜି ପର୍ଯ୍ୟନ୍ତ ନିଜ ଘରେ ବିଦ୍ୟୁତ ଆଲୋକ ଦେଖିନାହାନ୍ତି ।

ଏହା କୌଣସି ଉପାନ୍ତ ଅଞ୍ଚଳର ଘଟଣା ନୁହେଁ । ଏହା ହେଉଛି ବୌଦ୍ଧ ଜିଲ୍ଲା ସଦର ମହକୁମା ବୌଦ୍ଧ ବ୍ଲକ କାର୍ଯ୍ୟାଳୟକୁ ଲାଗିରହିଥିବା ମୁର୍ଷୁଣ୍ଢି ଗାଁର ଏକ ଜମିଭୂମିହୀନ ଗରିବ ରାଜେନ୍ଦ୍ର ଭୋକ୍ତାଙ୍କ ଘରର ଦୃଶ୍ୟ ।

ଅନ୍ଧାର ଘରେ ଜାଗର

ଯେଉଁଠି ସନ୍ଧ୍ୟା ହେଲେ ଅନ୍ଧକାର ରାଜୁତି କରେ । ନିଜ ତିନି ଛୁଆ ଓ ସ୍ତ୍ରୀ ଗୋଲାପିଙ୍କୁ ନେଇ ରାଜେନ୍ଦ୍ରଙ୍କ ପରିବାର । କିନ୍ତୁ ତାଙ୍କ ନିକଟରେ ନା ଅଛି ଜମିବାଡ଼ି, ନା ଅଛି ପକ୍କାଘର ନା ଅଛି ବିଜୁଳି ଆଲୋକ । ଫଳରେ ସେମାନେ ଏକ ଅଜଣା ରାଇଜରେ ବାସ କଲା ଭଳି କଲବଲ ହୋଇ ରହିଛନ୍ତି ।

ଏ ସମ୍ପର୍କରେ ସେମାନେ ଅନେକଥର ସରକାରୀ ବାବୁ ମାନଙ୍କୁ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଶେଷରେ ବାଧ୍ୟହୋଇ ଜାଗରରେ ରାଜେନ୍ଦ୍ର ଓ ଗୋଲାପି ଅନ୍ଧକାରର ଦୁଃଖ ଜଣାଇବାକୁ ବୌଦ୍ଧ ଶୈବପୀଠରେ ଉଜାଗର ରହି ତାଙ୍କ ଦୁଃଖ କାହାଣୀ ଠାକୁରଙ୍କୁ ଜଣାଇଛନ୍ତି ।

ରାତି ହେଲେ ଡିବିରି ଆଲୋକରେ ସାନ ଝିଅ ପାଠ ପଢେ । ଅଧିକ ପଢିବାକୁ ଇଛା ଥିଲେ ମଧ୍ୟ ବିଜୁଳି ଆଲୋକ ଅଭାବରୁ ବେଳେବେଳେ ରାସ୍ତା କଡର ଷ୍ଟ୍ରିଟଲାଇଟ ତଳେ ଝିଅକୁ ପାଠ ପଢିବାକୁ ପଡୁଛି ।

ମାତ୍ର ବିଦ୍ୟୁତର ଚିହ୍ନବର୍ଣ୍ଣ ନଥିବାବେଳେ କିନ୍ତୁ ସରକାରୀ ଯୋଜନାରେ ରାଜେନ୍ଦ୍ରଙ୍କ ଘରେ ମିଟର ବସାଇ ତାର ଝୁଲାଇ ଦେଇ ବିଭାଗ ପକ୍ଷରୁ ସଂଯୋଗ କରିବାକୁ ଭୁଲି ଯାଇଛନ୍ତି ।ଏଭଳି ଏକ ଅସହାୟ ପରିବାରକୁ ବିଦ୍ୟୁତ ସଂଯୋଗ ସହ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details