ଓଡିଶା

odisha

ETV Bharat / state

ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହେଲେ ମହିଳା ଗୋଷ୍ଠୀ

ମହିଳା ଗୋଷ୍ଠୀ ଙ୍କୁ ବ୍ୟାଙ୍କ ଭିତରେ ଅଶ୍ଳୀଳ ବ୍ୟବହାର ଅଭିଯୋଗ ।ଏ ସମ୍ପର୍କରେ ଥାନାରେ ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ମହିଳା ମାନେ ଜିଲ୍ଲା ଏସପିଙ୍କ ଦ୍ବାରସ୍ଥ ହୋଇଥିଲେ । ଅଧିକ ପଢନ୍ତୁ...

By

Published : Dec 31, 2020, 7:45 PM IST

ବୌଦ୍ଧ ନ୍ୟାୟ ପାଇଁ ଏସ.ପିଙ୍କ ଦ୍ବାରସ୍ଥ ହେଲେ ମହିଳା ଗୋଷ୍ଠୀ
ବୌଦ୍ଧ ନ୍ୟାୟ ପାଇଁ ଏସ.ପିଙ୍କ ଦ୍ବାରସ୍ଥ ହେଲେ ମହିଳା ଗୋଷ୍ଠୀ

ବୌଦ୍ଧ: ବ୍ୟାଙ୍କ ଭିତରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଅଶ୍ଳୀଳ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି ।

ବୌଦ୍ଧ ନ୍ୟାୟ ପାଇଁ ଏସ.ପିଙ୍କ ଦ୍ବାରସ୍ଥ ହେଲେ ମହିଳା ଗୋଷ୍ଠୀ

ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ବଡ ଗୁଣ୍ଡରୀ ସାହିର ମହିଳା ଗୋଷ୍ଠୀ ଲୋନ ବାବଦରେ ଆଲୋଚନା ପାଇଁ ହରଭଙ୍ଗା ଷ୍ଟେଟ ବ୍ୟାଙ୍କ ଶାଖାକୁ ଯାଇଥିଲେ ।

ବୌଦ୍ଧ ନ୍ୟାୟ ପାଇଁ ଏସ.ପିଙ୍କ ଦ୍ବାରସ୍ଥ ହେଲେ ମହିଳା ଗୋଷ୍ଠୀ

ସେଠାରେ ମହିଳା ମାନଙ୍କୁ ସେଠାକାର କିଛି କର୍ମଚାରୀ ଅଶାଳୀନ ମନ୍ତବ୍ୟ ସହ ଅଶ୍ଳୀଳ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ଏ ସମ୍ପର୍କରେ ମହିଳା ମାନେ ହରଭଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ନ୍ୟାୟ ନପାଇବାରୁ ସେମାନେ ବୁଧବାର ସଂଧ୍ୟାରେ ବୌଦ୍ଧ ଆରକ୍ଷୀ ଅଧିକ୍ଷକଙ୍କୁ ଏହାର ବିଚାର ପାଇଁ ଫେରାଦ ହୋଇଥିଲେ ।

ବୌଦ୍ଧ ନ୍ୟାୟ ପାଇଁ ଏସ.ପିଙ୍କ ଦ୍ବାରସ୍ଥ ହେଲେ ମହିଳା ଗୋଷ୍ଠୀ

ବାରମ୍ବାର ବିଭିନ୍ନ ବ୍ୟାଙ୍କରୁ ଏଭଳି ଛୋଟ ବଡ ଅଭିଯୋଗ ଆସୁଥିବା ବେଳେ ବ୍ୟାଙ୍କର ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇବାରେ ଅନୁଷ୍ଠାନ ବିଫଳ ହୋଇଥିବା ଚର୍ଚ୍ଚା ହେଉଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details