ବୌଦ୍ଧ: ସମ୍ପୂର୍ଣ୍ଣ ହେଲା ବୌଦ୍ଧ ଜିଲ୍ଲାର ଅନ୍ୟତମ ଐତିହାସିକ ପୀଠ ପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର । ଏହା ସହ ପାର୍ଶ୍ଵ ଠାକୁରଙ୍କ ମନ୍ଦିର ପ୍ରତିଷ୍ଠା ପର୍ବ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି ।
ଜିଲ୍ଲାର ବିଭିନ୍ନ ପ୍ରାଚୀନ ବୈଷ୍ଣବ କ୍ଷେତ୍ର ମଧ୍ୟରୁ ସହରର ଶ୍ରୀଜଗନ୍ନାଥ ମନ୍ଦିର ଅନ୍ୟତମ । ରାଜତନ୍ତ୍ର ଶାସନ କାଳରେ ଭଞ୍ଜ ବଂଶର ରାଜାମାନେ ମନ୍ଦିର ଓ ଠାକୁରଙ୍କ ପାଇଁ ଚାରି ଖଣ୍ଡ ଗ୍ରାମରେ ଭୂମିଦାନ ଖଞ୍ଜା କରିଥିଲେ । କିନ୍ତୁ ପରିବର୍ତ୍ତିତ ସମୟରେ ବୌଦ୍ଧର ଶ୍ରୀଜଗନ୍ନାଥ ମନ୍ଦିରଟି ଅବହେଳିତ ହୋଇ ପଡିଥିଲା । ସ୍ବାଧୀନତାର ଦୀର୍ଘ ବର୍ଷ ପରେ ରାଜ୍ୟ ସରକାରଙ୍କ ଏକ କୋଟି ଟଙ୍କାର ଅନୁଦାନ ମିଳିବା ପରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟିର ମିଳିତ ସହଯୋଗରେ ମନ୍ଦିର ଉନ୍ନୟନ କାର୍ଯ୍ୟ ହାତକୁ ନିଆଯାଇଥିଲା ।