ବୌଦ୍ଧ: ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ବେଆଇନ ଗଞ୍ଜେଇ ଚାଷ ସହିତ କପାଚାଷ ଯୋଗୁଁ ବ୍ୟାପକ ଜଙ୍ଗଲ ସମ୍ପଦ ନଷ୍ଟ ହେଉଛି । ଏଥି ସହିତ ବିଭିନ୍ନ କାରଣରୁ ବନାଗ୍ନି ଘଟି ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇ ଆସୁଛି । ଏଣୁ ଏଭଳି ପରିସ୍ଥିତିକୁ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଓ ଜଙ୍ଗଲ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି ।
ତେବେ ଏକଦା ଜଙ୍ଗଲ ସମ୍ପଦରେ ଭରପୁର ଥିବା ଜିଲ୍ଲା ବର୍ତ୍ତମାନ ଜନସଚେତନତା ଅଭାବ ତଥା ଜଙ୍ଗଲ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ଓ କପାଚାଷ ଯୋଗୁଁ ବ୍ୟାପକ ଜଙ୍ଗଲ ସମ୍ପଦ ନଷ୍ଟ ହେବାରେ ଲାଗିଛି । ବୌଦ୍ଧ ଜିଲ୍ଲାର କଣ୍ଟାମାଳ ମନମୁଣ୍ଡା ଓ ବୌଦ୍ଧ ବନାଞ୍ଚଳର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ବ୍ୟାପକ ଗଛକଟା ଯୋଗୁଁ ଜଙ୍ଗଲ ଅବକ୍ଷୟ ହେଉଛି । ଫଳରେ ଜଙ୍ଗଲରେ ବସବାସ କରୁଥିବା ବନ୍ୟପ୍ରାଣୀ ଗଭୀର ପ୍ରଭାବିତ ହେବା ସହିତ ଜଙ୍ଗଲ ସମ୍ପଦ ନଷ୍ଟ ହେବାରେ ଲାଗିଛି । ଜିଲ୍ଲାର ହଜାର ହଜାର ଏକର ଜଙ୍ଗଲ ଜମିରେ କପାଚାଷ ଓ ବେଆଇନ ଗଞ୍ଜେଇ ଚାଷ ଯୋଗୁଁ ଜଙ୍ଗଲ ଅଞ୍ଚଳ ଏକପ୍ରକାର ମାଫିଆଙ୍କ କବଜାରେ ରହିଛି ।
ଏହା ମଧ୍ୟ ପଢନ୍ତୁ - ମାଫିଆଙ୍କ କବ୍ଜାରେ ବୌଦ୍ଧର ବିଭିନ୍ନ ଜଙ୍ଗଲ , ନୀରବଦ୍ରଷ୍ଟା ସାଜିଛି ଜଙ୍ଗଲ ବିଭାଗ !