ଓଡିଶା

odisha

By

Published : Jan 22, 2020, 12:05 AM IST

ETV Bharat / state

ଜ୍ବାଇଁ ଆକ୍ରମଣରେ ଶାଶୁ ମୃତ, ଅଭିଯୁକ୍ତ ଗିରଫ

ଅଭିଶପ୍ତ ହୋଇଗଲା ପୁରା ପରିବାର । ପୂର୍ବରୁ ପୁଅ ହାତରେ ବାପାର ହତ୍ୟା ହୋଇଥିବାବେଳେ ସୋମବାର ମା’କୁ ହତ୍ୟା କରିଛି ଜ୍ବାଇଁ । ଅଧିକ ପଢନ୍ତୁ...

boudh murder case, son-in-law kills mother-in-law, boudh latest news, ବୌଦ୍ଧ ଲାଟେଷ୍ଟ ନ୍ୟୁଜ୍‌, ବୌଦ୍ଧ ହତ୍ୟାକାଣ୍ଡ, ଶାଶୁଙ୍କୁ ହତ୍ୟା କଲା ଜ୍ବାଇଁ
ଜ୍ବାଇଁ ଆକ୍ରମଣରେ ଶାଶୁ ମୃତ, ଅଭିଯୁକ୍ତ ଗିରଫ

ବୌଦ୍ଧ: ଅଭିଶପ୍ତ ହୋଇଗଲା ପୁରା ପରିବାର । ପୂର୍ବରୁ ପୁଅ ହାତରେ ବାପାର ହତ୍ୟା ହୋଇଥିବାବେଳେ ସୋମବାର ମା’କୁ ହତ୍ୟା କରିଛି ଜ୍ବାଇଁ । ସ୍ଥାନୀୟ ବାଉଁଶୁଣୀ ଥାନା ଅନ୍ତର୍ଗତ ଗଜରାଜପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଉତ୍ୟକ୍ତ ଯୁବକ ଜଣଙ୍କ ନିଜ ସ୍ତ୍ରୀ ସୂର୍ଯ୍ୟକାନ୍ତିକୁ ହତ୍ୟା ଉଦ୍ୟମ ସମୟରେ ଆକ୍ରମଣର ଶିକାର ହୋଇ ଘଟଣାସ୍ଥଳରେ ହିଁ ଆଖି ବୁଜିଥିଲେ ଶାଶୁ ।

ଜ୍ବାଇଁ ଆକ୍ରମଣରେ ଶାଶୁ ମୃତ, ଅଭିଯୁକ୍ତ ଗିରଫ

ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ଅଁଳାପାଲି ପଞ୍ଚାୟତ ଅନ୍ତର୍ଗତ ଗଜରାଜପୁର ଗାଁରେ ଥିବା ନିଜ ବାପ ଘରକୁ ଆସିଥିଲେ ଝିଅ ସୂର୍ଯ୍ୟକାନ୍ତି ଓ ଜ୍ବାଇଁ ସାନୁଜ ଖଟୁଆ । ହେଲେ ବାପ ଘରେ ଝଗଡା ହୋଇ ସୂର୍ଯ୍ୟକାନ୍ତିକୁ ମାରିବା ସମୟରେ ଶାଶୁ ବେଟିଖାଇ ସାହୁ ଆକ୍ରମଣର ଶିକାର ହୋଇ ତାଙ୍କର ମୃତ୍ୟୁ ହୋଇଥିବା ବାଉଁଶୁଣୀ ପୋଲିସ ସୂଚନା ଦେଇଛି । ଏଥିସହିତ ସ୍ତ୍ରୀ ସୂର୍ଯ୍ୟକାନ୍ତି ଓ ତାଙ୍କ ଛୋଟ ପୁଅ ମଧ୍ୟ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଗୋଟିଏ ପଟେ ଜ୍ବାଇଁ ହାତରେ ଶାଶୁଙ୍କ ମୃତ୍ୟୁ ହୋଇଥିବାବେଳେ କିଛି ବର୍ଷ ତଳେ ବେଟିଖାଇଙ୍କ ସ୍ବାମୀଙ୍କୁ ତାଙ୍କ ପୁଅ ରମାକାନ୍ତ ସାହୁ ହତ୍ୟା କରିଥିବାରୁ ଅଞ୍ଚଳରେ ପରିବାରକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି । ହତ୍ୟା ଅଭିଯୋଗରେ ଜ୍ବାଇଁ ସାନୁଜକୁ ବାଉଁଶୁଣୀ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details