ବୌଦ୍ଧ:ସାମାଜିକ ବାସନ୍ଦ ଯୋଗୁଁ ଏକୁଟିଆ ପୁଅ ମାଆର ଅନ୍ତିମ ସତ୍କାର କରିଛି । ସାମାଜିକ କୁସଂସ୍କାର ଯୋଗୁଁ ବାରମ୍ବାର ଏଭଳି ଘଟଣା ସମ୍ମୁଖକୁ ଆସୁଥିବାରୁ ସ୍ବେଚ୍ଛାସେବୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।
କୁସଂସ୍କାରର କୁପ୍ରଭାବ: ମାଆର ମୃତଦେହକୁ ଏକାକୀ ବୋହିଲା ପୁଅ - son carry mother deadbody boudh
ମୃତଦେହରୁ ମଧ୍ୟ ବାଦ୍ ପଡୁନି କୁସଂସ୍କାରର ପ୍ରଭାବ । ବାସନ୍ଦ କାରଣରୁ ମାଆର ମୃତଦେହ ଏକାକୀ କାନ୍ଧରେ ବୋହି ମଶାଣୀ ନେଲା ପୁଅ । ଅଧିକ ପଢନ୍ତୁ....
ମାତ୍ର ଏବେ ମାଆଙ୍କ ମୃତ୍ୟୁ ପରେ ଜାତି ସମାଜ କେହି ନ ଆସିବାରୁ ପ୍ରସନ୍ନ ବାଧ୍ୟହୋଇ ଏକାକୀ ମାଆର ମୃତଦେହକୁ ବୋହି ସତ୍କାର କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣାର ଭାଇରାଲ ଭିଡିଓ ସମସାଜର କୁସଂସ୍କାରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଏହି ସମୟରେ ଖମନମୁଣ୍ଡା ସରପଞ୍ଚ ଏଭଳି ଦୃଶ୍ୟଦେଖି ଅନ୍ତିମ ସତ୍କାରରେ ସହଯୋଗ କରିଥିବା ଜଣାପଡିଛି । ତେବେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ସାମାଜିକ କୁସଂସ୍କାର ଯୋଗୁଁ ବାରମ୍ବାର ଏଭଳି ଘଟଣା ସମ୍ମୁଖକୁ ଆସୁଥିବାରୁ ସ୍ବେଚ୍ଛାସେବୀ ଏନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ