ବୌଦ୍ଧ: ଜିଲ୍ଲା ପ୍ରଶାସନ ବୁଧବାର ଠାରୁ ଲକଡାଉନ ନିୟମରେ କିଛିମାତ୍ରାରେ କୋହଳ କରିଛି । କେତୋଟି ନିର୍ଦ୍ଦିଷ୍ଟ ଦୋକାନକୁ ଛାଡି ଅନ୍ୟ ସମସ୍ତ ଦୋକାନ ଖୋଲିବାକୁ ଅନୁମତି ଦେଇଛି ପ୍ରଶାସନ । ଚା ,ପାନ, ମଦ ଦୋକାନ ଓ ଠେଲା ବ୍ୟବସାୟକୁ ଅନୁମତି ଦିଆଯାଇ ନଥିବା ବେଳେ ଅନ୍ୟ ଅଧିକାଂଶ ଦୋକାନ ବୁଧବାର ଠାରୁ ଖୋଲାଯାଇଛି । ତେବେ ସରକାରଙ୍କ ଧାର୍ଯ୍ୟ ନିୟମ ପାଳନ ନକଲେ ପ୍ରଶାସନ ପକ୍ଷରୁ ପଦକ୍ଷେପ ମଧ୍ୟ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।
ଲକଡାଉନ ନିୟମ କୋହଳ ପରେ ଖୋଲିଲା ଦୋକାନ - ଲକଡାଉନ ନିୟମ କୋହଳ ପରେ ଖୋଲିଲା ଦୋକାନ
ଲକଡାଉନ ନିୟମ କୋହଳ ପରେ ଖୋଲିଲା ଦୋକାନ । ଚା ,ପାନ , ମଦ ଦୋକାନ ଓ ଠେଲା ବ୍ୟବସାୟୀଙ୍କୁ ମିଳିଲାନି ଅନୁମତି । ଅଧିକ ପଢନ୍ତୁ...
![ଲକଡାଉନ ନିୟମ କୋହଳ ପରେ ଖୋଲିଲା ଦୋକାନ some shops open after a long days in lockdown](https://etvbharatimages.akamaized.net/etvbharat/prod-images/768-512-7081905-thumbnail-3x2-boudha-jp.jpg)
ଲକଡାଉନ ନିୟମ କୋହଳ ପରେ ଖୋଲିଲା ଦୋକାନ
ଲକଡାଉନ ନିୟମ କୋହଳ ପରେ ଖୋଲିଲା ଦୋକାନ
ସେପଟେ ଶହଶହ ପରିବାର ନିର୍ଭରଶୀଳ ଥିବା କପଡା ଦୋକାନ ଖୋଲିବା ନେଇ ଇଟିଭି ଭାରତରେ ଖବର ପ୍ରସାରଣ ପରେ ସେମାନଙ୍କୁ ମଧ୍ୟ ଅନୁମତି ଦିଆଯାଇଥିବାରୁ କପଡା ବ୍ୟବସାୟୀ ଉଭୟ ଜିଲ୍ଲା ପ୍ରଶାସନ ଓ ଇଟିଭି ଭାରତକୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ