ବୌଦ୍ଧ: ହରଭଙ୍ଗା ବ୍ଲକ ରାଧାନଗର ପଞ୍ଚାୟତରେ ଦୁଇ ଦୁଇଟି ସୋଲାର ପାଓ୍ବାର ପ୍ଲାଣ୍ଟ ନିର୍ମାଣଧିନ ରହିଛି । କିନ୍ତୁ ଏହାର କାର୍ଯ୍ୟଶୈଳୀରେ ଅଞ୍ଚଳବାସୀ ଅତିଷ୍ଠ ହୋଇପଡିଲେଣି । ବିଗତ ଦିନରେ ଗ୍ରାମ୍ୟ ଜଙ୍ଗଲରୁ ଗଛକାଟି ସମାଲୋଚନାର ଶୀକାର ହୋଇଥିବା ସଂସ୍ଥା ଏବେ ପୁଣି ବିବାଦରେ ଛନ୍ଦି ହୋଇ ପଡିଛି । ରାଇପୁର ଗ୍ରାମର ଆଧ୍ୟାତ୍ମିକ ପୀଠସ୍ଥଳୀ ନାଗବାଚାଙ୍କ ବିଜେସ୍ଥଳୀ ଓ ସଂଯୋଗ କରୁଥିବା ଏକ ପୋଲକୁ ଆଂଶିକ ଭାବରେ ଭଙ୍ଗା ଯାଇଥିବାରୁ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।
ସୋଲାର ପାଓ୍ବାର ପ୍ଲାଣ୍ଟ କମ୍ପାନୀର ମନୋମୁଖୀ କାର୍ଯ୍ୟ, ଜନ ଅସନ୍ତୋଷ ତୀବ୍ର - Solar power plant company damages
ସୋଲାର ପାଓ୍ବାର ପ୍ଲାଣ୍ଟ ନାମରେ ଗୁରୁତର ଅଭିଯୋଗ । ଗ୍ରାମ୍ୟ ରାସ୍ତାକୁ ନଷ୍ଟ କରିବା ସହିତ ଗାଁର ନାଗବାଚା ପୀଠ ଓ ପୋଲକୁ ଭାଙ୍ଗି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଡିଜାଇନ ଫଟୋ
ଏହାଛଡା ଲାଣ୍ଡିବନ୍ଧ ଠାରୁ ଦେବଗଡ଼କୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ରାସ୍ତା ମଧ୍ୟ ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବା ଅଭିଯୋଗ ହୋଇଛି । ଗ୍ରାମବାସୀ ଅନ୍ୟ ଉପାୟ ନପାଇ ଚବିଶ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ହେଲା ସୋଲାର ପ୍ଲାଣ୍ଟର ଟ୍ରକକୁ ଅଟକାଇ ରଖିବା ସହ ଶୁକ୍ରବାର ଦିନ ପ୍ଲାଣ୍ଟ ରାସ୍ତାରେ ଧାରଣାରେ ବସିଥିଲେ । ତୁରନ୍ତ ଏଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଜନ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ କହିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ